ରାଜଧାନୀରେ ସ୍କାଏୱାକ୍ ପାଇଁ ଡକାଗଲା ଟେଣ୍ଡର
ଭୁବନେଶ୍ଵର,୧୨/୦୩:ଭୁବନେଶ୍ୱର ରାଜଧାନୀରେ ପଦଚାରୀଙ୍କ ସୁବିଧା ଓ ସଡ଼କ ସୁରକ୍ଷାକୁ ଧ୍ୟାନରେ ରଖି ସ୍କାଏୱାକ୍ କମ୍ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଛି। ଏହି ପ୍ରକଳ୍ପ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ରସୁଲଗଡ଼–ପଳାଶୁଣୀ ମଧ୍ୟରେ ସ୍କାଏୱାକ୍ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି।
ସୂଚନା ଅନୁସାରେ, ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଏହି ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେବ। ପ୍ରାୟ ୫୦୦ ମିଟର ଲମ୍ବା ଏହି ସ୍କାଏୱାକ୍ ପାଦଚାରୀଙ୍କ ପାଇଁ ସୁରକ୍ଷିତ ଭାବେ ରାସ୍ତା ପାର ହେବାର ସୁବିଧା ଦେବ। ରସୁଲଗଡ଼ ଓ ପଳାଶୁଣୀ ଛକ ଭୁବନେଶ୍ୱରର ବହୁତ ବ୍ୟସ୍ତ ଟ୍ରାଫିକ୍ ଅଞ୍ଚଳ ହେତୁ ସେଠାରେ ଦୁର୍ଘଟଣା ସମ୍ଭାବନା ଅଧିକ ଥାଏ।ଏହି କାରଣରୁ ପଦଚାରୀମାନଙ୍କ ସୁରକ୍ଷା ଓ ଯାତାୟାତକୁ ସମୃଦ୍ଧ କରିବା ପାଇଁ ସ୍କାଏୱାକ୍ ନିର୍ମାଣ ପ୍ରସ୍ତାବ ନିଆଯାଇଛି। ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେବା ପରେ ନିର୍ମାଣ କାମ ଆରମ୍ଭ ହେବ ଏବଂ ପ୍ରାୟ ୬ ମାସ ମଧ୍ୟରେ ଏହା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।ଏହି ସ୍କାଏୱାକ୍ ନିର୍ମାଣ ହେଲେ ଭୁବନେଶ୍ୱରରେ ଟ୍ରାଫିକ୍ ଚାପ କମିବା ସହ ପଦଚାରୀମାନେ ସୁରକ୍ଷିତ ଭାବରେ ରାସ୍ତା ପାର କରିପାରିବେ।

Comments are closed.