୧୬୧ ବେଆଇନ୍ ସିଲିଣ୍ଡର ଜବତ
ସମ୍ବଲପୁର,୧୨/୦୩:ସମ୍ବଲପୁରରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର କାରବାର କରୁଥିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ୧୬୧ଟି ଗ୍ୟାସ ସିଲିଣ୍ଡର ସହ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଜବତ କରାଯାଇଛି।
ସୂଚନା ଅନୁସାରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୋଡ୍ ମେଟାକାନି ଢାବା ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନ୍ଟିର ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଭ୍ୟାନ୍ ଭିତରେ ବହୁ ପରିମାଣର ଗ୍ୟାସ ସିଲିଣ୍ଡର ଥିବା ଦେଖି ପୋଲିସ ସନ୍ଦେହ କରିଥିଲା।ପରେ ତଦନ୍ତରେ ଜଣାପଡ଼ିଥିଲା ଯେ, ସେଗୁଡ଼ିକୁ ବେଆଇନ ଭାବେ ପରିବହନ କରାଯାଉଥିଲା। ପୋଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୬୧ଟି ଗ୍ୟାସ ସିଲିଣ୍ଡର ଓ ପିକ୍ଅପ୍ ଭ୍ୟାନ୍କୁ ଜବତ କରିଛି।
ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ଏବଂ ଏହି ବେଆଇନ କାରବାର ସହ ଆଉ କିଏ କିଏ ଜଡିତ ଅଛନ୍ତି ତାହା ଖୋଜାଯାଉଛି।

Comments are closed.