IAS ସ୍ତରରେ ଅଦଳବଦଳ

Share It

ଭୁବନେଶ୍ଵର,୧୨/୦୩:ରାଜ୍ୟ ସରକାର IAS ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଚାରୁ ଭାବେ  କରିବା ଲକ୍ଷ୍ୟରେଏହି ପରିବର୍ତ୍ତନ କରାଯାଇଛି। ବିଭିନ୍ନ ବିଭାଗ ଓ ଜିଲ୍ଲାରେ ନୂତନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

୨୦୨୨ କ୍ୟାଡରର ୫ ଜଣ IAS ଅଧିକାରୀଙ୍କୁ ଉପଜିଲ୍ଲାପାଳ (Sub-Collector) ଭାବେ ନିଯୁକ୍ତ କରାଯାଇଛି। ସେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ଗ୍ରହଣ କରିବେ।

ଏହି ପରିବର୍ତ୍ତନରେ ମାଲକାନଗିରି ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ପ୍ରଥମେଶ ଅରବିନ୍ଦଙ୍କୁ ଦାୟିତ୍ୱ ଦିଆଯାଇଛି।

ମନୀଷ ଅଗ୍ରୱାଲଙ୍କୁ ସମବାୟ ସମିତିର ରେଜିଷ୍ଟ୍ରାର ଭାବେ ନିଯୁକ୍ତ କରାଯାଇଛି। ସେହିପରି ସ୍ମୃତିରଞ୍ଜନ ପ୍ରଧାନଙ୍କୁ କ୍ଷୁଦ୍ର ଶିଳ୍ପ ନିଗମ (OSIC)ର ବ୍ୟବସ୍ଥାପକ ନିର୍ଦ୍ଦେଶକ (MD) ଭାବେ ନିଯୁକ୍ତି ମିଳିଛି।

ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ସଂପଦ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ସହିତ ମଧୁସ୍ମିତା ସାହୁଙ୍କୁ TE & SCERTର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

ଉପମା କାଲୋଙ୍କୁ ଉତ୍ତରାଞ୍ଚଳ RDCଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଲିଲି କୁମାରୀ କୁଲୁଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ସୋମେଶ ଉପାଧ୍ୟାୟଙ୍କୁ ବୟନ ଓ ହସ୍ତତନ୍ତ ଶିଳ୍ପ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।


Share It

Comments are closed.