ମଞ୍ଚ ଉପରେ କାନ୍ଦି ପକାଇଲେ ସୁନିଧି ଚୌହାନ; ସ୍ୱର ସାଥ୍ ଦେଲାନି, ଦର୍ଶକଙ୍କୁ ମାଗିଲେ କ୍ଷମା
ସୁନିଧି ଚୌହାନ ଦେଶର ବିଭିନ୍ନ ସହରରେ କନସର୍ଟ (ସଙ୍ଗୀତ କାର୍ଯ୍ୟକ୍ରମ) କରୁଛନ୍ତି। ନିକଟରେ ତାଙ୍କର ଲକ୍ଷ୍ନୌ କନସର୍ଟରେ ସେ ଦର୍ଶକଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ, ଗାୟିକା ଜଣକ ତାଙ୍କ ସ୍ୱର ଭଲ ନଥିବାରୁ ଦର୍ଶକଙ୍କୁ କ୍ଷମା ମାଗୁଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଶଂସକଙ୍କ ସମର୍ଥନ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।
View this post on Instagram
ଅନେକ ଭିଡିଓରେ ସୁନିଧି ଚୌହାନ ମଞ୍ଚ ଉପରେ ଦର୍ଶକଙ୍କ ସହ କଥା ହେବା ସମୟରେ କାନ୍ଦି ପକାଉଥିବାର ଦେଖିବାକୁ ମିଳିଛି। ଭିଡିଓରେ ସେ କହୁଛନ୍ତି, “ମୋ ଗଳା ବହୁତ ଖରାପ ଅଛି; ଆଜି ମୋ ସ୍ୱର ବହୁତ ବେଶୀ ଖରାପ ଅଛି। କିନ୍ତୁ ମୁଁ ଜାଣିଛି ଆପଣମାନେ ମୋ ସହିତ ଅଛନ୍ତି, ଏବଂ ମୁଁ ତଥାପି ଏହା (ଗୀତ) ଗାଇବାକୁ ଚାହୁଁଛି। ହେ ଭଗବାନ, ମୋ ସହିତ ଏମିତି କେବେ ହୋଇନଥିଲା, ଏହା ମୋ ପାଇଁ ବହୁତ ଲଜ୍ଜାଜନକ। ମୁଁ ବହୁତ ଦୁଃଖିତ। କଥା ହେଉଛି, ମୁଁ ସବୁବେଳେ ମୋର ୧୦୦ ପ୍ରତିଶତ ଦେବାକୁ ଚାହେଁ।”
ଗାୟିକା ଆହୁରି ମଧ୍ୟ କହିଛନ୍ତି, “କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ଚେଷ୍ଟା କରୁଛି, ବୋଧହୁଏ ସେମିତି ହୋଇପାରିବ ନାହିଁ, ତେଣୁ ଦୟାକରି ମୋତେ ପୂର୍ବରୁ କ୍ଷମା କରିଦିଅନ୍ତୁ। ମୁଁ ବର୍ତ୍ତମାନ ଆଗକୁ ବଢ଼ିବାକୁ ଯାଉଛି। ଆପଣଙ୍କର ଏହି ଭଲପାଇବା ପାଇଁ ବହୁତ ବହୁତ ଧନ୍ୟବାଦ।”

Comments are closed.