୨ ବାଇକ ମୁହାଁମୁହିଁ ଧକ୍କାରେ ୨ ମୃତ, ଜଣେ ଗୁରୁତର

Share It

ରାୟଗଡ଼ା,୧୦/୦୩:ରାୟଗଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ତିନିଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ଜିଲ୍ଲାର ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଦୁଇଟି ବାଇକ ବିପରୀତ ଦିଗରୁ ଆସୁଥିବା ବେଳେ ହଠାତ୍ ସମ୍ମୁଖ ସମ୍ମୁଖୀନ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅବସ୍ଥାରେ ଅନ୍ୟ ଚାରିଜଣଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ନେଇଯାଇଥିଲା। ସେଠାରେ ଚିକିତ୍ସାଧୀନ ସମୟରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି।ଘଟଣା ସମ୍ବନ୍ଧରେ ଖବର ପାଇ ବିଷମକଟକ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ପରବର୍ତ୍ତୀ ତଦନ୍ତ ଜାରି ରଖିଛି।


Share It

Comments are closed.