ସରକାରୀ ବାବୁ ଙ୍କୁ ଛାଡୁନି କ୍ଵାଟର ମୋହ

Share It

ଭୁବନେଶ୍ଵର,୦୯/୦୩: କଟକ ଓ ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର ଛାଡ଼ିବାକୁ ନେଇ ଅନେକ ଅନିୟମିତତା ଦେଖାଦେଇଛି। ବଦଳି ହେବା କିମ୍ବା ଅବସର ନେବା ପରେ ମଧ୍ୟ ସରକାରୀ କର୍ମଚାରୀ ସରକାରୀ ଆବାସ ଛାଡ଼ୁନାହାନ୍ତି। ଏହାକୁ ନେଇ ସରକାରଙ୍କ ନଜର ପଡ଼ିଛି।

ବିଧାନସଭାରେ ଏହି ସମ୍ବନ୍ଧରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ମୋଟ ୪୮୫ ଜଣ ବ୍ୟକ୍ତି ସରକାରୀ କ୍ୱାର୍ଟରକୁ ବେଆଇନ ଭାବେ ଦଖଲ କରି ରଖିଛନ୍ତି। ନିୟମ ଅନୁଯାୟୀ ବଦଳି କିମ୍ବା ଅବସର ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାରୀ ଘର ଖାଲି କରିବାକୁ ଥିବା ସତ୍ତ୍ବେ କେତେକ କର୍ମଚାରୀ ଏହାକୁ ଅବହେଳା କରୁଛନ୍ତି।
ସରକାର କହିଛନ୍ତି ଯେ ଯେଉଁମାନେ ବେଆଇନ ଭାବେ ସରକାରୀ ଘର ଦଖଲ କରି ରଖିଛନ୍ତି, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ସେମାନଙ୍କର ଆବଣ୍ଟନ ବାତିଲ କରାଯାଇଥିବା ସହିତ ସାଧାରଣ ଭଡ଼ାର ପାଞ୍ଚଗୁଣା ଭଡ଼ା ଆଦାୟ କରାଯାଉଛି। ଏହା ସହିତ ସରକାରୀ ଆବାସଗୁଡ଼ିକୁ ଶୀଘ୍ର ଖାଲି କରାଇବା ପାଇଁ ସମ୍ବନ୍ଧିତ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ସରକାରୀ କ୍ୱାର୍ଟର ଉପରେ ଏହିପରି ବେଆଇନ ଦଖଲ ହେବାରୁ ଅନେକ ଯୋଗ୍ୟ କର୍ମଚାରୀ ଆବାସ ପାଇବାରୁ ବଞ୍ଚିତ ହେଉଥିବାରୁ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଆଗାମୀ ଦିନରେ ଏହି ଅନିୟମିତତାକୁ ରୋକିବା ପାଇଁ ଆଉ ଅଧିକ କଡ଼ା ନିୟମ ଲାଗୁ ହେବାର ସମ୍ଭାବନା ।


Share It

Comments are closed.