ସମ୍ବଲପୁରର ବିଶିଷ୍ଟ ଚିକିତ୍ସକ ଡ଼ା ନାରାୟଣୀ ପଣ୍ଡାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର/ସମ୍ବଲପୁର – ‘ଆନ୍ତର୍ଜାତିକ ମହିଳା ଦିବସ’ ଅବସରରେ ସମ୍ବଲପୁରର ବିଶିଷ୍ଟ ଚିକିତ୍ସକ ତଥା ସମାଜସେବୀ ଡ଼ାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି ଯେ, ଡ଼ାକ୍ତର ପଣ୍ଡାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦୀର୍ଘ ଦଶନ୍ଧି ଧରି ନିରନ୍ତର ଭାବେ ଜନସେବାରେ ନିଜକୁ ନିୟୋଜିତ କରି ସେ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ । ଜଣେ ଚିକିତ୍ସକ ଭାବେ ସେବା କରିବା ସହ ନିଜର ସମସ୍ତ ଅର୍ଜିତ ସମ୍ପତିକୁ ସମାଜ ପାଇଁ ଅର୍ପଣ କରିବା ତାଙ୍କ ମହାନ ବ୍ୟକ୍ତିତ୍ୱର ପରିଚୟ ।
ବିଶେଷ କରି ଶିକ୍ଷା ଓ ସମାଜସେବା ପ୍ରତି ତାଙ୍କର ଏହି ଉତ୍ସର୍ଗୀକୃତ ମନୋଭାବ ଆଗାମୀ ପିଢ଼ି ପାଇଁ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ । ଡ଼ାକ୍ତର ପଣ୍ଡାଙ୍କ ବିୟୋଗରେ ଓଡ଼ିଶାର ସମାଜସେବା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଛି । ଶ୍ରୀ ପ୍ରଧାନ ସ୍ୱର୍ଗତ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Comments are closed.