ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ
ଭୁବନେଶ୍ଵର,୦୯/୦୩:ଅନଲାଇନରେ ଲେଣଦେଣ କରୁଛନ୍ତି କି ହୋଇ ଯାଆନ୍ତୁ ସାବଧାନ।ଆଖି ପିଛୁଳାକେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । ବିଧାନସଭାରୁ ଆସିଲା ଆଖି ତରାଟିଦେବା ଭଳି ତଥ୍ୟ।ଦୁଇ ବର୍ଷରେ ୭୧୧ କୋଟି ରୁ ଉର୍ଦ୍ଧ ଟଙ୍କା ଠକି ନେଲେଣି ସାଇବର ଠକ ।
ବିଧାନସଭା ର ତଥ୍ୟ କହୁଛି ୨୦୨୪ ରେ ୨୭ ହଜାର ୩୬୮ ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି l ସେଥି ମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ୍ୟ ୮୭ ହଜାର ୨୬୮ ଟଙ୍କା ରିକୋଭାରୀ ହେଇଛି ।ସେହିପରି ୨୦୨୫ ରେ ୪୯ ହଜାର ୪୨୬ ମାମଲା ରୁଜୁ ହେଇଥିବା ବେଳେ, ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଲୁଟିନେଇ ଛନ୍ତି ସାଇବର ଠକ । ଯାହା ଭିତରୁ ଫେରି ପାରିଛି ମାତ୍ର ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା।

Comments are closed.