ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

Share It

ଭୁବନେଶ୍ୱର: ପ୍ରଜନନ ଚିକିତ୍ସା କ୍ଷେତ୍ରରେ ଭାରତର ବିଶ୍ୱସ୍ତ ନାମ ଓଏସିସ୍ ଫର୍ଟିଲିଟି ପକ୍ଷରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ଦମ୍ପତିମାନଙ୍କୁ ସାହାଯ୍ୟ କରିବା ପାଇଁ ଏହାର ଯାତ୍ରା ସଫଳତାର ସହ ଶେଷ କରିବା ପରେ ଓଡ଼ିଶାର ଭୁବନେଶ୍ୱରରେ ପରବର୍ତ୍ତୀ ରହଣି ସହିତ ଦେଶବ୍ୟାପୀ ପ୍ରଜନନ ସଚେତନତା ଆନ୍ଦୋଳନ ‘ଓଏସିସ୍ ଜନନୀ ଯାତ୍ରା’ ଜାରି ରଖିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଟାୟାର ୧, ୨ ଓ ୩ ଅଞ୍ଚଳର ଲୋକମାନଙ୍କ ପାଖରେ ସିଧାସଳଖ ପ୍ରଜନନ ସଚେତନତା, ବିଶେଷଜ୍ଞ ମାର୍ଗଦର୍ଶନ ଏବଂ ପ୍ରାଥମିକ ଯାଞ୍ଚ ସୁବିଧା ପହଂଚାଇବା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଭୁବନେଶ୍ୱର ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନେ ପରିବାରଗୁଡ଼ିକ ପାଖରେ ଅତ୍ୟାବଶ୍ୟକ ପ୍ରଜନନ ସ୍ୱାସ୍ଥ୍ୟ ଶିକ୍ଷା ପହଂଚାଇବା ଏବଂ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ସଚେତନତାକୁ ମଜବୁତ କରିବାରେ ଓଏସିସ୍ ଫର୍ଟିଲିଟିର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ।

ଜୀବନଶୈଳୀରେ ପରିବର୍ତ୍ତନ, ବିଳମ୍ବିତ ମାତୃତ୍ୱ/ପିତୃତ୍ୱ ଓ ବୈଜ୍ଞାନିକ ଜ୍ଞାନର ଅଭାବ ଯୋଗୁଁ ପ୍ରଜନନ ସମସ୍ୟା କ୍ରମାଗତ ଭାବେ ବଢୁଥିବାରୁ ଓଏସିସ୍ ଜନନୀ ଯାତ୍ରା ବସ୍ ମାଗଣା ପ୍ରଜନନ ପରାମର୍ଶ, ମାଗଣା ଏଏମ୍‌ଏଚ୍‌ ଓ ହିମୋଗ୍ଲୋବିନ ପରୀକ୍ଷା, ମାଗଣା ବୀର୍ଯ୍ୟ ବିଶ୍ଳେଷଣ ଏବଂ ସୁରକ୍ଷିତ, ସ୍ୱଚ୍ଛ ନମୁନା ସଂଗ୍ରହ କେନ୍ଦ୍ର ଯୋଗାଇ ଦେଉଛି ଯାହା ଦ୍ୱାରା ଦମ୍ପତିମାନେ ଶୀଘ୍ର, ସଠିକ୍ ଏବଂ ସହାନୁଭୂତିଶୀଳ ମାର୍ଗଦର୍ଶନ ପାଇପାରିବେ। ଭୁବନେଶ୍ୱର ପରେ ଓସିଏସ୍ ଜନନୀ ଯାତ୍ରା ଆଗାମୀ ଦିନରେ କଟକ, ବାଲେଶ୍ୱର, ଅନୁଗୁଳ ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ଯାଇ ଅଧିକ ଲୋକଙ୍କ ନିକଟରେ ଏହି ସଚେତନତା ଏବଂ ପ୍ରାଥମିକ ଯାଞ୍ଚ ସହାୟତା ପହଞ୍ଚାଇବ।

ଏହି ଅବସରରେ ଭୁବନେଶ୍ବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, “ଓଏସିସ୍ ଜନନୀ ଯାତ୍ରା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଜନନ ସ୍ୱାସ୍ଥ୍ୟ ହସ୍ତକ୍ଷେପ ଯାହା ସ୍ଥାନୀୟ ସମ୍ପ୍ରଦାୟକୁ ସିଧାସଳଖ ଗୁଣାତ୍ମକ ପ୍ରଜନନ ଚିକିତ୍ସା ଯୋଗାଇଥାଏ। ଓଡ଼ିଶାର ହ୍ରାସ ପାଉଥିବା ମୋଟ ପ୍ରଜନନ ହାର ସହିତ ପ୍ରଜନନ ସଙ୍କଟର ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ସଚେତନତା ଓ ଉପଲବ୍ଧତା। ଏହି ସମ୍ପ୍ରଦାୟଗୁଡିକ ନିକଟରେ ପହଞ୍ଚି ଓଏସିସ୍ ଜନନୀ ଯାତ୍ରା ପରିବାରଗୁଡିକୁ ସଠିକ୍ ପସନ୍ଦ ଚୟନ କରିବା ପାଇଁ ସଶକ୍ତ କରୁଛି ଯାହା ଦ୍ୱାରା ଏକ ସୁସ୍ଥ ଭାରତ ଗଠନ ହୋଇପାରିବ।”

ଭୁବନେଶ୍ୱର ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି ଯେ, ” ଅବହେଳିତ ସମ୍ପ୍ରଦାୟ ପାଇଁ ଅନେକ ପ୍ରଜନନ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଛି। ତେବେ ଏହି ପ୍ରଥମ ଅଭିଯାନ ମାଧ୍ୟମରେ ଓଏସିସ୍ ଫର୍ଟିଲିଟି ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ଯଥାସମ୍ଭବ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି। ଅନ୍ୟ ରାଜ୍ୟରେ ସଫଳତା ପରେ ମୁଁ ଆଶା କରୁଛି ଯେ ଓଏସିସ୍ ଜନନୀ ଯାତ୍ରା ଭୁବନେଶ୍ୱରରେ ମଧ୍ୟ ସମାନ କିମ୍ବା ତାଠାରୁ ଅଧିକ ପ୍ରଭାବ ପକାଇବ। ଆମେ ଏହାର ଫଳାଫଳ ଦେଖିବାକୁ ଅପେକ୍ଷା କରିଛୁ।”

ଓଏସିସ୍ ଫର୍ଟିଲିଟିର ମେଡିକାଲ ଡାଇରେକ୍ଟର ଏବଂ ସହ-ପ୍ରତିଷ୍ଠାତା ଡକ୍ଟର ଦୁର୍ଗା ଜି. ରାଓ କହିଛନ୍ତି ଯେ, “ବିଜ୍ଞାନ ଯେହେତୁ ଆମର ପ୍ରଜନନ ଚିକିତ୍ସା ପଦ୍ଧତିକୁ ପରିବର୍ତ୍ତନ କରିବାରେ ଲାଗିଛି, ଓଏସିସ୍ ଜନନୀ ଯାତ୍ରା ଉନ୍ନତ, ପ୍ରମାଣ-ଭିତ୍ତିକ ପ୍ରଜନନ ସେବା ବିଷୟରେ ସୂଚନାକୁ ସମ୍ପ୍ରଦାୟର ମୂଳ ସ୍ତରକୁ ନେଇଯାଉଛି, ଯାହା ପିତାମାତା ହେବାକୁ ଯାଉଥିବା ଦମ୍ପତିମାନଙ୍କୁ ପ୍ରାଥମିକ ଚିକିତ୍ସା ମାର୍ଗଦର୍ଶନ ପ୍ରଦାନ କରୁଛି।”

ଓଏସିସ୍ ଫର୍ଟିଲିଟିର ସିଇଓ ଶ୍ରୀ ପୁଷ୍କରାଜ ଶେନାଇ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ, “ଭାରତର ପ୍ରଜନନ ହାର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ, ସୁଲଭ ଏବଂ ସମୟୋଚିତ ପ୍ରଜନନ ସେବା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମେ ତୃଣମୂଳ ସ୍ତରରେ ବିଶେଷଜ୍ଞ ପରାମର୍ଶ, ପ୍ରାଥମିକ ରୋଗ ନିରୂପଣ ଏବଂ ନିର୍ଦ୍ଦେଶିତ ସହାୟତା ସହିତ ‘ବିଜ୍ଞାନର ସୁରକ୍ଷିତ ହାତ’ ର ଉପସ୍ଥିତିକୁ ମଜବୁତ କରୁଛୁ। ଏହା ଦ୍ୱାରା ଆଶାୟୀ ଦମ୍ପତିମାନେ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ବିଷୟରେ ସୂଚନାଭିତ୍ତିକ ନିଷ୍ପତ୍ତି ନେଇପାରିବେ।”

ଓଏସିସ୍ ଫର୍ଟିଲିଟିର ଆଞ୍ଚଳିକ ମେଡିକାଲ ମୁଖ୍ୟ ଡକ୍ଟର ପ୍ରଶାନ୍ତ କୁମାର ନାୟକ କହିଛନ୍ତି ଯେ “ଓସିସ୍ ଜନନୀ ଯାତ୍ରା ପ୍ରତି ମିଳୁଥିବା ଅଦ୍ଭୁତପୂର୍ବ ପ୍ରତିକ୍ରିୟା ଦର୍ଶାଉଛି ଯେ ଦମ୍ପତିମାନେ ସଠିକ୍ ମାର୍ଗଦର୍ଶନକୁ ଗଭୀର ଭାବରେ ଗୁରୁତ୍ୱ ଦିଅନ୍ତି। ଏହି ପଦକ୍ଷେପ ମାଧ୍ୟମରେ ଆମେ ସ୍ଥାନୀୟ ସମ୍ପ୍ରଦାୟକୁ ସମୟୋଚିତ ସୂଚନା ଏବଂ ସହାନୁଭୂତିଶୀଳ ସହାୟତା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁମାନେ ଏବେ ମଧ୍ୟ ପ୍ରଜନନ ସମସ୍ୟା ଏବଂ ଉପଲବ୍ଧ ଉନ୍ନତ ଚିକିତ୍ସା ବୁଝିବାରେ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି।”

 


Share It

Comments are closed.