ଵଢ଼ିଲା LPG ଦର,ଆଜିଠୁ ନୂଆ ଦର ହେବ ଲାଗୁ
ରୋଷେଇ ଘରେ ଆମେରିକା-ଇରାନ ଯୁଦ୍ଧର ପ୍ରଭାବ। ଆଜିଠାରୁ ବୃଦ୍ଧି ପାଇଛି ରନ୍ଧନ ଏଲପିଜି ସିଲିଣ୍ଡରର ମୂଲ୍ୟ। ୧୪.୨ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଛି।ସେହିପରି କମର୍ସିଆଲ ଗ୍ୟାସ ମୂଲ୍ୟରେ ୧୧୫ ଟଙ୍କା ବଢ଼ିଛି । ଆଜିଠୁ ନୂଆ ଦର ଲାଗୁ ହେବ । ପୂର୍ବରୁ ଘରୋଇ LPG ୮୫୩ ଟଙ୍କା ଥିଲା । କମର୍ସିଆଲ LPG ଦର ବି ବଢ଼ିଛି । ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ତୈଳ ଓ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। ଏବର୍ଷ କମର୍ସିଆଲ ଗ୍ୟାସ ମୂଲ୍ୟରେ ଲଗାତାର ତୃତୀୟ ବୃଦ୍ଧି । ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ଭାରତ ଏଲ୍ ପିଜି ଆମଦାନି କରିଥାଏ ।
ଯୁଦ୍ଧ ପାଇଁ ଏଲ୍ ପିଜି ଆମଦାନି ପ୍ରଭାବିତ ହୋଇଛି। ଗତବର୍ଷ ଭାରତ ବିଶ୍ବର ଦ୍ବିତୀୟ ବୃହତ୍ ଏଲ୍ ପିଜି ଆମଦାନିକାରୀ ଥିଲା । ଦେଶରେ ୩୩ ଦଶମିକ୧୫ ନିୟୁତ ଟନ୍ ଏଲ୍ ପିଜି ବ୍ୟବହାର ହୋଇଥିଲା । ଦେଶରେ ବ୍ୟବହାର ହେଉଥିବା ମୋଟ ଏଲ୍ ପିଜିର ପ୍ରାୟ ଦୁଇ ତୃତୀୟାଂଶ ଆମଦାନି ହୋଇଥାଏ । ସେଥିରୁ ୮୫ରୁ ୯୦ ପ୍ରତିଶତ ମଧ୍ୟପ୍ରାଚ୍ୟରୁ ଆସିଥାଏ । ଦେଶରେ ୯୦ ପ୍ରତିଶତ ଏଲ୍ ପିଜିକୁ ରୋଷେଇ ପାଇଁ ବ୍ୟବହାର କରାଯାଉଛି । ଏଲପିଜିର ୩୩ କୋଟି ଗ୍ରାହକ ଅଛନ୍ତି ।

Comments are closed.