ରାଜଧାନୀରେ ଦୁର୍ଘଟଣା:୩ମୃତ

Share It

ଭୁବନେଶ୍ଵର,୦୭/୦୩:ରାଜଧାନୀ ଭୁବନେଶ୍ୱରରେ ଘଟିଛି ଭୟାବହ ସଡକ ଦୁର୍ଘଟଣା। ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଏକ ହାଇବା ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତିନି ଜଣ ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗତି ହାଇବା ଆସି ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପାହାଳ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହଗୁଡିକୁ ଜବତ କରିଛି । ପରେ ଶବ ବ୍ୟବଛେଦ ପାଇଁ ମୃତଦେହକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି।


Share It

Comments are closed.