ଭାରତ ବନାମ ନ୍ୟୁଜିଲାଣ୍ଡ,୮ରେ ମହାମୁକାବିଲା

Share It

ଭୁବନେଶ୍ୱର ୦୬/୦୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଟାଇଟଲ ଟକ୍କର । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ପ୍ରବେଶ କରିସାରିଛି । କାଲି ଇିଂଲିସ ବାହାନୀକୁ ଧୂଳି ଚଟାଇ ଫାଇନାଲରେ ଏଣ୍ଟ୍ରି କରିଛି ଟିମ୍ ଇଣ୍ଡିଆ । ମ୍ୟାଚରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୱାଙ୍ଖ୍ ଡେରେ ରନ୍ ବର୍ଷା ଭିତରେ ବାଜି ମାରି ନେଇଛି ଭାରତ ।
ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ଏହି ବିଜୟ ହାସଲ କରିଛି । ୨୫୪ ରନ ବିଶାଳ ଟାର୍ଗେଟକୁ ପିଛା କରୁଥିବା ଇଂଲିସ ଟିମ ୨୪୬ ରନ୍ ରେ ଧରାସାୟୀ ହୋଇଥିଲା । ଇଂଲଣ୍ଡ ପାଇଁ ଜାକବ ବେଥେଲ ୪୮ ବଲରୁ ୧୦୫ ରନ କରିଥିଲେ । କିନ୍ତୁ ସେ ନିଜ ଦଳକୁ ବିଜୟୀ କରାଇପାରି ନଥିଲେ । ଯଶପ୍ରୀତ ବୁମରା ୧୬ତମ ଓଭରରେ ୮ରନ୍ ଏବଂ ୧୮ତମ ଓଭରରେ ୬ରନ୍ ଦେଇ ଭାରତର ବିଜୟ ପ୍ରାୟ ନିଶ୍ଚିତ କରିଥିଲେ । ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।


Share It

Comments are closed.