୮ ରୁ ବଦଳିବ ପାଗ, ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର ୦୬/୦୩:ବଦଳିବ ପାଗ।ତାତିରେ ଲାଗିବ ବ୍ରେକ।୮ ତାରିଖରୁ ରାଜ୍ୟରେ ବର୍ଷା। ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।୮ ତାରିଖ ପାଇଁ ଜଗତସିଂପୁର,କେନ୍ଦ୍ରାପଡ଼ା,ଭଦ୍ରକ,ବାଲେଶ୍ଵର,କେନ୍ଦୁଝର,ମୟୂରଭଞ୍ଜ,ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୯ ତାରିଖରେ ବରଗଡ଼,ଝାରସୁଗୁଡ଼ା,ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୂରଭଞ୍ଜ,ଭଦ୍ରକ, ବାଲେଶ୍ଵର,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡ଼ି ସମ୍ଭାବନା ରହିଛଇ । ୩୦ ରୁ ୪୦ କିମି ବେଗରେ ପବନ ବହିପାରେ।
ଏପଟେ ତାତିରେ ରେକର୍ଡ କଲା ଝାରସୁଗୁଡ଼ା । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି । ଯାହା ଏକ ନୂଆ ରେକର୍ଡ । ଦେଶର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡ଼ା । ଅନ୍ୟପାଟେ ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Comments are closed.