ଫାଇନାଲରେ ନ୍ୟୁଜିଲାଣ୍ଡ

Share It

କଲିକତା,୪/୩:ପ୍ରଥମ ଦଳ ଭାବେ ଫାଇନାଲରେ ନ୍ୟୁଜିଲାଣ୍ଡ।ଦକ୍ଷିଣ ଆଫ୍ରିକାକୁ ୯ ୱିକେଟ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ।ଜିତିବା ପାଇଁ ନ୍ୟୁଜିଲାଣ୍ଡ ପାଇଁ ୧୭୦ ରନର ଟାର୍ଗେଟ୍ ଥିଲା। ଦଳ ୧୨.୫ ଓଭରେ ମାତ୍ର ଗୋଟିଏ ୱିକେଟ୍ ହରାଇ ୧୭୩ ରନ୍ କରି ଟାର୍ଗେଟ୍ ହାସଲ କରି ନେଇଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ଫାଇନାଲ୍ରେ ପ୍ରବେଶ କରିଛି। ସେପେଟ ଇଂଲଣ୍ଡ ଓ ଭାରତ ମଧ୍ୟରୁ ଯିଏ ସେମିଫାଇନାଲ୍ ମ୍ୟାଚ୍ ଜିତିବ ସିଏ ମାର୍ଚ୍ଚ ୮ ତାରିଖରେ ଅହମଦାବାଦରେ ନ୍ୟୁଜିଲାଣ୍ଡ ସହ ଫାଇନାଲ ଖେଳିବ।
ତେବେ ଆଜିର ମୁକାବିଲାରେ ଦକ୍ଷିଣ ଆଫ୍ରିକାର ୧୭୦ ରନ୍ ଟାର୍ଗେଟ୍ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ଟିମ ସେଫର୍ଟ ଓ ଫିନ ଆଲେନ ମ୍ୟାଚ୍ ୱିନିଂ ପାଳି ଖେଳିଥିଲେ। ଦୁଇ ବ୍ୟାଟର ମିଶି ଧୂଆଁଦାର ବ୍ୟାଟିଂ ପ୍ରଦର୍ଶନ କରି ୧୧୭ ରନ୍ ପର୍ଯ୍ୟନ୍ତ ମ୍ୟାଚ୍ ଟାଣି ନେଇଥିଲେ। ଦକ୍ଷିଣ ଆଫ୍ରିକା ମାତ୍ର ୯.୧ ଓଭରରେ ୧୧୭ ରନ୍ କରିଥିବା ବେଳେ ପ୍ରଥମ ୱିକେଟ୍ ହରାଇଥିଲା। କାଗିସୋ ରାବାଡ଼ାଙ୍କ ବଲ୍ ରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ ଓପନର ଟିମ୍ ସେଫର୍ଟ। ହେଲେ ଆଉଟ ହେବା ପୂର୍ବରୁ ସେ ଦଳକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇ ସାରିଥିଲେ। ସେଫର୍ଟ ମାତ୍ର ୩୩ ବଲ୍ ରେ  ୫୮ ରନର ବଡ଼ ଯୋଗଦାନ ଦେଇଥିଲେ।


Share It

Comments are closed.