ନ୍ୟାୟ ନପାଇଲେ ଚରମ ନିଷ୍ପତ୍ତି ନେବେ ମୃତ ୟୁଟ୍ୟୁବର ରାହୁଲ ମହାରଣାଙ୍କ ସ୍ତ୍ରୀ 

Share It

ଭୁବନେଶ୍ଵର,୦୪/୦୩:ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ ମୃତ ୟୁଟ୍ୟୁବର ରାହୁଲ ମହାରଣାଙ୍କ ସ୍ତ୍ରୀ ତ୍ରିସ୍ନା। ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କ ସ୍ୱାମୀଙ୍କ ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ନୁହଁନ୍ତି ତ୍ରିସ୍ନା । ଏପରିକି ତାଙ୍କ ପରିବାର ମଧ୍ୟ ସନ୍ତୁଷ୍ଟ ନଥିବା କଥା ସେ ଦୋହରାଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଭିଡିଓ ବାର୍ତ୍ତା ଯୋଗେ ଜଣାଇଛନ୍ତି । ନ୍ୟାୟ ନପାଇଲେ ଚରମ ନିଷ୍ପତ୍ତି ନେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ତ୍ରିସ୍ନା। ତାଙ୍କ ସ୍ୱାମୀଙ୍କ ଯୋଜନାବଦ୍ଧ ହତ୍ୟା କରାଯାଇଥିବା କଥା ପୂର୍ବରୁ ଅଭିଯୋଗ ଆଣୁଛନ୍ତି ରାହୁଲଙ୍କ ପରିବାର ।


Share It

Comments are closed.