ହୋଲି ପାଇଁ ରାଜଧାନୀରେ ବୁଲିଲେ ଖୋଦ୍ ପୋଲିସ କମିସନର
ଭୁବନେଶ୍ଵର,୦୪/୦୩:ହୋଲି ପାଇଁ ରାଜଧାନୀରେ ବୁଲିଲେ ଖୋଦ୍ ପୋଲିସ କମିସନର।ବିଭିନ୍ନ ଗଳିକନ୍ଦି ପାଖରୁ ବସ୍ତି ସବୁଠି ନିଜେ ବୁଲି ପରିସ୍ଥିତି କୁ ଯାଞ୍ଚ କଲେ ଆଉ ଅମାନିଆ ମାନଙ୍କୁ ବି ତାଗିଦ୍ କଲେ।ଦିନ ତମାମ ବିଭିନ୍ନ ସ୍ଥାନମାନଙ୍କରେ ପୋଲିସ କରିଥିଲା ଜୋରଦାର ପେଟ୍ରୋଲିଂ ।ସବୁ ଥାନା ଅଞ୍ଚଳରେ ବିଭିନ୍ନ ଗଳିକନ୍ଦି ଓ ବସ୍ତି ଏରିଆରେ ମୁତୟନ ହୋଇଥିଲେ ପୋଲିସ ଅଧିକାରୀ।ପୋଲିସ କମିଶନରଙ୍କ ପ୍ରତିକ୍ରିୟା ରାଜଧାନୀର ଟ୍ରାଫିକ ପୋଷ୍ଟ ପାଖରୁ ଗାଧୋଇବା ପାଇଁ ଉଦିଷ୍ଟ ହୋଇଥିବା ନଦୀ କୂଳ ପର୍ଯ୍ୟନ୍ତ ସବୁଠି ପୋଲିସ ସହିତ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । ସବୁ ଜୋନ୍ ଏସିପି ଙ୍କ ନେତୃତ୍ଵରେ ଥାନା ଷ୍ଟାଫ ଓ ପିସିଆର ଟିମ୍ ଦିନ ତମାମ ସଜାଗ ରହିଥିଲେ । ଦୁଇପହର ପରେ ସବୁଠି ଚାଲିଥିବା ସେଲିବ୍ରେସନ ସରିଛି ।

Comments are closed.