ରାଜ୍ୟରେ ଅସହ୍ୟ ହେଲାଣି ତାତି, ୩୬ ଡିଗ୍ରୀ ଉପରେ ତାପମାତ୍ରା

Share It

ଭୁବନେଶ୍ଵର,୦୨/୦୩:ରାଜ୍ୟରେ ଦିନକୁ ଦିନ ବଢୁଛି ତାପମାତ୍ରା । ପ୍ରବଳ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ୩୬ ଡିଗ୍ରୀ ଉପରେ ରହିଛି ୩ସହରର ତାପମାତ୍ରା । ୩୬.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ପାଲଟିଛି ଝାରସୁଗୁଡ଼ା । ଭୁବନେଶ୍ବର ଓ ସୋନପୁରରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦୁଇରୁ ୩ ଦିନ ମଧ୍ୟରେ ତାପମାତ୍ରା ୩୬ ଡିଗ୍ରୀରୁ ବଢି ୩୭ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ। ବିଶେଷକରି ଝାରସୁଗୁଡା, ସୋନପୁର, ଟିଟିଲାଗଡ ଓ ଭୁବନେଶ୍ବର ଭଳି ସହରରେ ତାପମାତ୍ରା ଅଧିକ ରହିବ । ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ହେବା ସହ ଗୁଳୁଗୁଳି ପ୍ରଭାବ ଅଧିକ ରହିବା ନେଇ ପୂର୍ବାନୁମାନ କରାଯାଇଛି ।


Share It

Comments are closed.