ଜବରଦଖଲକାରୀଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଭାଙ୍ଗିଲା BMC

Share It

ଭୁବନେଶ୍ଵର,୨୭/୦୨:ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଆଜି ବଡ଼ ଧରଣର ଉଛେଦ ଅଭିଯାନ। BMC ପକ୍ଷରୁ ଡ୍ରେନ ଉପରେ ଅବରୋଧ କରି ଦଖଲ ରଖାଯାଇଥିବା ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବୁଲଡ୍ରୋଜର ଚାଲିଛି। ଘର ଓ ଦୋକାନ ଭାଙ୍ଗି ଉଛେଦ ପ୍ରକ୍ରିୟା କରାଯାଉଛି। ମେୟର ଓ କମିଶନରଙ୍କ ଉପସ୍ଥିତିରେ ଚାଲିଛି ସଫେଇ ଓ ଉଛେଦ କାଯ୍ୟକ୍ରମ। ବହୁଦିନ ଧରି ଜୋର ଦଖଲ କରି ରଖାଯାଇଥିବା ଅବୈଧ ଗଠନକୁ ହଟାଯାଉଛି। କ୍ୟାପିଟାଲ ହସ୍ପିଟାଲ ପଛ ପଟେ ଥିବା ରାସ୍ତାକୁ ମାଡ଼ିଥିବା ଗଛ କଟାଯିବା ସହ ଡ୍ରେନ ସଫା କରାଯାଇଛି। ଅଞ୍ଚଳରେ ପୂର୍ବରୁ ରାସ୍ତା ସର୍କୀନ ଥିବାରୁ ଯାତାୟାତ ରେ ସମସ୍ୟା ହେଉଥିଲା। ଏବେ ଯାତାୟାତ ସୁବିଧା ବୃଦ୍ଧି ଲକ୍ଷ୍ୟରେ ଏହି ଅଭିଯାନ କରିଛି BMC। ପୂର୍ବରୁ ପଡି ରହିଥିବା ଆମ୍ବୁଲାନ୍ସକୁ ଅନ୍ୟତ୍ର ଉଠାଯାଇଛି । ତେବେ ହଟାତ ଉଛେଦକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଛେଦ ପରେ ଶୀଘ୍ର ପୁନର୍ବାସ ଓ ଘର ବ୍ୟବସ୍ଥା ପାଇଁ BMC ନିକଟରେ ଦାବି ରଖିଛନ୍ତି ପ୍ରଭାବିତ ପରିବାର। ଅନ୍ୟପଟେ, କ୍ୟାପିଟାଲ ହସ୍ପିଟାଲ ପଛ ଅଞ୍ଚଳରେ ଅନ୍ଧାରୁଆ ରହିଥିଲା ଅବୈଧ ଦୋକାନ ସହିତ ମଦପ୍ୟ ମାନଙ୍କ ସଂଖ୍ୟା ବଢ଼ୁଥିଲା । ଆଜି ଉଛେଦ ସହ ଶବ ବ୍ୟବସାୟ ପଛ ପଟେ ପଡ଼ିଥିବା ଅଳିଆ BMC ପକ୍ଷରୁ ସଫା କରାଯାଇଛି।


Share It

Comments are closed.