ପଦ୍ମଶ୍ରୀ ଘୋଡ଼ା ନାଚ ଶିଳ୍ପୀ ଡ.ଉତ୍ସବ ଚରଣ ଦାସଙ୍କ ପରଲୋକ

Share It

କଟକ,୨୬/୦୨: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ଘୋଡ଼ା ନାଚ ଶିଳ୍ପୀ ଡ.ଉତ୍ସବ ଚରଣ ଦାସଙ୍କ ପରଲୋକ ।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ପରେ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଗୁରୁବାର ଭୋର 5ଟାରେ ପରଲୋକ ଘଟିଛି ।2020 ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।ପାରମ୍ପରିକ ଘୋଡ଼ା ନାଚ ପରିବେଷଣ କରି ଡ.ଉତ୍ସବ ଚରଣ ଦାସ ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଥିଲେ ।


Share It

Comments are closed.