ଫୋନପେ ପକ୍ଷରୁ ଏଆଇ-ପାୱାର୍ଡ ସର୍ଚ୍ଚ ସୁବିଧାର ଶୁଭାରମ୍ଭ
ଭୁବନେଶ୍ୱର : ଫୋନପେ ପକ୍ଷରୁ ମାଇକ୍ରୋସଫ୍ଟ ଫାଉଣ୍ଡ୍ରି ସହାୟତାରେ ପ୍ରସ୍ତୁତ ଏକ ଏଆଇ-ପାୱାର୍ଡ ‘ନ୍ୟାଚୁରାଲ ଲାଙ୍ଗୁଏଜ ସର୍ଚ୍ଚ’ ଫିଚରର ଶୁଭାରମ୍ଭ କରାଯାଇଛି । ଏହି ଫିଚର ଫୋନପେ ୟୁଜରମାନଙ୍କୁ ସାଧାରଣ ଭାଷାରେ ଟେକ୍ସଟ କିମ୍ବା ଭଏସ କମାଣ୍ଡ ମାଧ୍ୟମରେ ଆପ ଭିତରେ ବିଭିନ୍ନ କାର୍ଯ୍ୟ ଆରମ୍ଭ ଏବଂ ସମ୍ପୂର୍ଣ୍ଣ କରିବାକୁ ଅନୁମତି ଦେବ, ଯାହା ସେମାନଙ୍କ ପାଇଁ ସୁବିଧା ବଢ଼ାଇବା ସହ ପ୍ଲାଟଫର୍ମର ସମଗ୍ର ଅନୁଭୂତିକୁ ଅଧିକ ସହଜ ଓ ସୁବିଧାଜନକ କରିବ । ଏହି ଫିଚର ମାଇକ୍ରୋସଫ୍ଟ ଫାଉଣ୍ଡ୍ରିର କ୍ଷମତାକୁ ବ୍ୟବହାର କରି ପାରମ୍ପରିକ ପଦ୍ଧତି ବଦଳରେ ୟୁଜରଙ୍କ ଉଦ୍ଦେଶ୍ୟକୁ ବୁଝି ସେମାନଙ୍କୁ ସିଧାସଳଖ ନିର୍ଦ୍ଦିଷ୍ଟ ପୃଷ୍ଠାକୁ ନେଇଯିବ । ଉଦାହରଣ ସ୍ୱରୂପ, “ହେମନ୍ତଙ୍କୁ ୨୦ ଟଙ୍କା ପେମେଂଟ କରନ୍ତୁ’ ବୋଲି କହିବା ମାତ୍ରେ ଏହା ଆପେ ଆପେ ପେମେଂଟ ଇଂଟରଫେସ ଖୋଲିଦେବ କିମ୍ବା ହେମନ୍ତ ନାମରେ ଥିବା ସମସ୍ତ ପ୍ରାସଙ୍ଗିକ କଂଟାକ୍ଟ ଦେଖାଇଦେବ ।
ଏହି ଶୁଭାରମ୍ଭ ଅବସରରେ ଫୋନପେର ପ୍ରତିଷ୍ଠାତା, ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଏବଂ ସିଟିଓ ରାହୁଲ ଚାରୀ କହିଛନ୍ତି, “ଆମର ଦୂରଦୃଷ୍ଟି ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପେମେଂଟ ସୁବିଧାକୁ ସହଜ କରିବା ଏବଂ ଏଆଇ ଆମକୁ ଏଭଳି ଏକ ବୁଦ୍ଧିମାନ ଇଂଟରଫେସ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି, ଯାହା ୟୁଜରମାନେ କିଛି ଖୋଜିବା ପୂର୍ବରୁ ସେମାନଙ୍କର ଆବଶ୍ୟକତାକୁ ବୁଝିପାରିବ । ମାଇକ୍ରୋସଫ୍ଟ ସହ ଆମର ଏହି ସହଭାଗିତା ମାଧ୍ୟମରେ, କେବଳ ଇନପୁଟ ନୁହେଁ ବରଂ ୟୁଜରଙ୍କ ଉଦ୍ଦେଶ୍ୟକୁ ବୁଝି ଆମେ ପେମେଂଟକୁ ଆହୁରି ସରଳ କରିବାକୁ ଲକ୍ଷ୍ୟ ରଖିଛୁ ।” ମାଇକ୍ରୋସଫ୍ଟ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ସଭାପତି ପୁନୀତ ଚାନ୍ଦୋକ କହିଛନ୍ତି: “ଯେହେତୁ ଅଧିକରୁ ଅଧିକ ଭାରତୀୟ ଡିଜିଟାଲ ସେବା ସହ ଯୋଡ଼ି ହେବା ପାଇଁ ସାଧାରଣ ଭାଷାର ବ୍ୟବହାରକୁ ଆପଣାଉଛନ୍ତି, ଫୋନପେର ଏହି ନୂଆ ଏଆଇ-ପାୱାର୍ଡ ଅନୁଭୂତି ଡିଜିଟାଲ ପେମେଂଟକୁ ଆହୁରି ସହଜ ଏବଂ ସୁଲଭ କରିବା ଦିଗରେ ଏକ ଶକ୍ତ ପଦକ୍ଷେପ ।”
କେବଳ ସାଧାରଣ ଟ୍ରାଞ୍ଜାକସନ ନୁହେଁ, ଏହି ଫିଚର ୟୁଜରଙ୍କ ଆବଶ୍ୟକତାକୁ ମଧ୍ୟ ବୁଝିପାରିବ ଯେ ସେ ପେମେଂଟ କରିବାକୁ ଚାହୁଁଛନ୍ତି, କିଛି କିଣିବାକୁ ଚାହୁଁଛନ୍ତି କିମ୍ବା ସାହାଯ୍ୟ ପାଇଁ ସପୋର୍ଟ ଟିମ ସହ ଯୋଗାଯୋଗ କରିବାକୁ ଚାହୁଁଛନ୍ତି । ଏଥିସହ ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଏ ଏବଂ ଏହା ସୁନିଶ୍ଚିତ କରାଯାଏ ଯେ କୌଣସି ବ୍ୟକ୍ତିଗତ କିମ୍ବା ଟ୍ରାଞ୍ଜାକସନ ସମ୍ବନ୍ଧୀୟ ତଥ୍ୟ ଫୋନପେରୁ ବାହାରକୁ ଯିବ ନାହିଁ । ଏହି ଫିଚର ପର୍ଯ୍ୟାୟକ୍ରମେ ସାରା ଭାରତରେ ୟୁଜରମାନଙ୍କ ପାଇଁ ଉପଲବ୍ଧ ହେବ । ୟୁଜରମାନେ ଫୋନପେ ପେମେଂଟ ଆପରେ ଥିବା ଗ୍ଲୋବାଲ ସର୍ଚ୍ଚ ବାର, ହେଲ୍ପ ସେଂଟର ଏବଂ ପୁରୁଣା ଟ୍ରାଞ୍ଜାକସନ ଟ୍ୟାବ ମାଧ୍ୟମରେ ଏହି ସୁବିଧା ପାଇପାରିବେ ।

Comments are closed.