ରାଜ୍ୟରେ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ଜାରି,୯୦ ପ୍ରତିଶତରୁ ଅଧିକ ଧାନ ସଂଗ୍ରହ

Share It

ଭୁବନେଶ୍ୱର, ୨୪/୦୨:ଖରିଫ ଋତୁ ୨୦୨୫-୨୬ ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ୮୦% ପ୍ରତିଶତ ଧାନ ସଂଗ୍ରହ କରାଯାଇଥିବା ବେଳେ ୧୩ରୁ ଅଧିକ ଜିଲ୍ଲା ସେମାନଙ୍କ ଧାର୍ଯ୍ୟ ଲକ୍ଷ୍ୟର ୯୦% ଅତିକ୍ରମ କରିସାରିଛନ୍ତି।

ଏଥିମଧ୍ୟରୁ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଭଳି ୭ଟି ଜିଲ୍ଲାରେ ୯୫% ରୁ ଅଧିକ ଧାନ କ୍ରୟ ହାସଲ କରାଯାଇଛି । ସୁବର୍ଣ୍ଣପୁର ୩,୭୬,୫୫୬ କ୍ୱିଣ୍ଟାଲ ଧାନ ସଂଗ୍ରହ ସହିତ ନିଜର ୯୮% ଧାନ ସଂଗ୍ରହ କରି ରାଜ୍ୟରେ ଆଗରେ ରହିଛି।

ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା ଏବଂ ରାୟଗଡ଼ା ଜିଲ୍ଲା ସଫଳତାର ସହ ୯୦% କ୍ରୟ ଲକ୍ଷ୍ୟ ଅତିକ୍ରମ କରିଛନ୍ତି । ସେହିଭଳି ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାଗୁଡ଼ିକରେ ପୂର୍ବ ଖରିଫ ଋତୁ ତୁଳନାରେ ଧାନ ସଂଗ୍ରହ ପରିମାଣରେ ଯଥେଷ୍ଟ ବୃଦ୍ଧି ପାଇଛି ।

ଏହା ବ୍ୟତୀତ, ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ସମେତ ଅନେକ ଜିଲ୍ଲାରେ ଧାନ ସଂଗ୍ରହରେ ଅଂଶଗ୍ରହଣ କରୁଥିବା ଚାଷୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି। ଯାହାଦ୍ୱାରା କ୍ରୟ ବ୍ୟବସ୍ଥା ପ୍ରତି ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରେ। ଆଜି ସୁଦ୍ଧା, ଗତ ବର୍ଷ ତୁଳନାରେ ପ୍ରାୟ ୬୫,୦୦୦ ଅଧିକ ଚାଷୀ ମଣ୍ଡିରେ ସେମାନଙ୍କର ଧାନ ବିକ୍ରୟ କରିଛନ୍ତି  ।

ଆଜି ସୁଦ୍ଧା, ସରକାର ଏମଏସପି ଏବଂ ଇନପୁଟ୍ ସହାୟତା ବାବଦରେ ୧୩୦୪୯୩୮ ଚାଷୀଙ୍କୁ ୧୭୨୧୨.୯ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।  ଚାଷୀମାନଙ୍କ ସହଯୋଗ ପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୬୭ ଜାରି କରାଯାଇଛି। ଏହା ମାଧ୍ୟମରେ ଚାଷୀ ମାନେ ଯୋଗାଯୋଗ କରି ଅଧିକ ସୂଚନା ପାଇପାରିବେ ।


Share It

Comments are closed.