ବର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ

Share It

ଭୁବନେଶ୍ଵର,୨୪/୦୨:ଆମ ବସ୍ ଦୁର୍ଘଟଣା ରେ ସର୍ବାଧିକ ଭୁବନେଶ୍ୱର ରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକ ରେ ଜଣେ ମୃତ୍ୟୁବରଣ କରିଛନ୍ତି।ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ହୋଇଛନ୍ତି ଗୁରୁତର।ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର ହୋଇଥିବା ବେଳେ ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ରେ ଜଣେ ଲେଖାଏଁ ହୋଇଛନ୍ତି ଗୁରୁତର।ଦୁର୍ଘଟଣା ରୋକିବକୁ ଏହି ବର୍ଷକ ମଧ୍ୟରେ ୨୮ ହଜାର ୭୦୦ ଥର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି।ତାହା ସହ ସ୍ପିଡ଼ ଲିମିଟ କୁ ମଧ୍ୟ ଫିକ୍ସ କରାଯାଇଛି । ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କିମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡ଼ିଜେଲ ଚଳିତ ବର୍ଷ ର ବେଗ ୪୦ ଓ ରାଜପଥ ରେ ଚାଲୁଥିବା ଆମ ବସ୍ ଗୁଡ଼ିକର ବେଗ ୫୦ କିମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।


Share It

Comments are closed.