ଜଳୁଛି ସୁପରମାର୍ଟ ,ପାଣି ଦ୍ଵାରା ନୁହେଁ, ଫୋମ ଦ୍ଵାରା ନିଆଁକୁ ଆୟତ କରାଯିବ

Share It

ଭୁବନେଶ୍ଵର,୨୪/୦୨:ଭୁବନେଶ୍ବର ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ।ପ୍ରତିକ୍ରିୟା ରଖିଲେ ଅଗ୍ନିଶମ ଡିଜି। ପାଣି ଦ୍ଵାରା ନୁହେଁ, ଫୋମ ଦ୍ଵାରା ନିଆଁକୁ ଆୟତ କରାଯିବ।ନିଆଁ ଲିଭାରେ କଷ୍ଟ ହେଉଛି। କେବଳ ପାଣି ରେ ଲିଭାଇବା ସମ୍ଭବ ହେଉନାହିଁ। ଫୋମ ବ୍ୟବହାର କରାଯିବ। ଅତ୍ୟନ୍ତ ଦହନଶିଳ ଜିନିଷ ଭିତରେ ଥିବାରୁ ନିଆଁ ଲିଭାଇବା କଷ୍ଟ ହେଉଛି। କାନ୍ଥ ଭାଙ୍ଗି ଲିଭାଇବାକୁ ଚେଷ୍ଟା କରାଯାଉଛି। ଏବେ ଆଶା କରିବା ନିଆଁକୁ ଆୟତ କରାଯିବ ।

ସୂଚନାନୁସାରେ,ଗତକାଲି ରାତିରୁ ଲାଗିଛି ନିଆଁ । ଦୀର୍ଘ ୧୨ ଘଣ୍ଟା ପରେ ମଧ୍ୟ ଆୟତ୍ତକୁ ଆସିନି ରାତିରୁ ଲାଗିଥିବା ନିଆଁ। ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀ। କ୍ରେନ୍ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି ଅଗ୍ନିଶମ ଟିମ। ଜଳିପୋଡି ପାଉଁଶ ହେଲାଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ତୃତୀୟ ମହଲାରେ ଲାଗିଛି ନିଆଁ।  ଲିଙ୍ଗିପୁର ନିକଟରେ ଥିବା ଏକ ସୁପରମାର୍ଟରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଲାଗିଥିଲା । ନିଆଁ ସୁପରମାର୍ଟର ଚତୁର୍ଥ ମହଲାରେ ଲାଗିଥିଲା।

ଦୀର୍ଘ ସମୟ ଧରି ଜଳିବା ପରେ ହୁତୁହୁତୁ ହୋଇ ଜଳିଉଠିଥିଲା । ସୁପରମାର୍ଟରେ ରହିଥିବା ବିଭିନ୍ନ ପ୍ରକାରର ଦ୍ରବ୍ୟ ସାମଗ୍ରୀ ପୂରା କ୍ଷତିଗ୍ରସ୍ତ ହୋଇଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଲଗାତାର ଚେଷ୍ଟା ଜାରି ରଖିଛନ୍ତି ।


Share It

Comments are closed.