ଫୋନପେ ପକ୍ଷରୁ ବାୟୋମେଟ୍ରିକ ଅଥେଂଟିକେସନ ସହିତ ୟୁପିଆଇ ପେମେଂଟ ର ଶୁଭାରମ୍ଭ

Share It

ଭୁବନେଶ୍ୱର: ଫୋନପେ ଆଜି ୟୁପିଆଇ ପେମେଂଟ ବ୍ୟବସ୍ଥାକୁ ଆହୁରି ସହଜ କରିଛି। କମ୍ପାନୀ ପକ୍ଷରୁ ଆଜିଠାରୁ ବାୟୋମେଟ୍ରିକ୍ ସୁବିଧାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ଗ୍ରାହକମାନେ ଏବେ ଆହୁରି ଶୀଘ୍ର ଏବଂ ଗୋଟିଏ ଟଚ୍‌ରେ ପେମେଂଟ କରିପାରିବେ। ଏହି ନୂଆ ଫିଚର୍ ଦ୍ୱାରା, ୟୁଜରମାନେ ନିଜ ସ୍ମାର୍ଟଫୋନ୍‌ର ଫିଙ୍ଗରପ୍ରିଂଟ କିମ୍ବା ଫେସ୍ ଅନ୍‌ଲକ୍ ବ୍ୟବହାର କରି ସୁରକ୍ଷିତ ଭାବେ ଟଙ୍କା ଦେଣନେଣ କରିପାରିବେ। ଅର୍ଥାତ୍ ଏବେ ପେମେଂଟ ପାଇଁ ଆଉ ମାନୁଆଲ୍ ଭାବେ ୟୁପିଆଇ ପିନ୍ ଟାଇପ୍ କରିବାକୁ ପଡ଼ିବ ନାହିଁ। ବ୍ୟାପକ ସ୍ତରରେ ଗ୍ରାହକଙ୍କୁ ଏଭଳି ସୁବିଧା ଯୋଗାଇବାରେ ଫୋନପେ ଦେଶର ପ୍ରଥମ କେତୋଟି ବଡ଼ ପେମେଂଟ ଆପ୍ ମଧ୍ୟରୁ ଅନ୍ୟତମ ହୋଇପାରିଛି।
ଏହି ଶୁଭାରମ୍ଭ ଅବସରରେ ଫୋନପେ ପେମେଂଟସର ମୁଖ୍ୟ , ଦୀପ ଅଗ୍ରୱାଲ କହିଛନ୍ତି, “ଫୋନପେରେ ଆମର ଲକ୍ଷ୍ୟ ସର୍ବଦା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଡିଜିଟାଲ ପେମେଂଟ କୁ ଅତି ସହଜ ଏବଂ ସୁଲଭ କରିବା। ବାୟୋମେଟ୍ରିକ ଅଥେଂଟିକେସନକୁ ସାମିଲ କରି, ଆମେ କୌଣସି ବାଧାବିଘ୍ନ ନଥାଇ ଏକ ସୁରୁଖୁରୁ ପେମେଂଟ ଅନୁଭୂତି ଦିଗରେ ଏକ ବଡ଼ ପଦକ୍ଷେପ ନେଉଛୁ। ଏହି ଫିଚର କେବଳ ସମୟ ବଂଚାଏ ନାହିଁ, ବରଂ ଏହାଦ୍ୱାରା ୟୁଜରମାନଙ୍କୁ ହାର୍ଡୱେର-ଲେଭଲ ସୁରକ୍ଷା ମଧ୍ୟ ମିଳିଥାଏ, ଯାହା ସେମାନଙ୍କର ଦୈନନ୍ଦିନ ଟ୍ରାଞ୍ଜାକସନକୁ ସୁରକ୍ଷିତ କରିଥାଏ। ଆମର ବିଶ୍ୱାସ ଯେ ପେମେଂଟ ପ୍ରକ୍ରିୟାରୁ ସାଧାରଣ ବାଧାବିଘ୍ନଗୁଡ଼ିକୁ ଦୂର କରି, ଆମେ ଡିଜିଟାଲ ପେମେଂଟକୁ ସମସ୍ତଙ୍କ ପାଇଁ ଆହୁରି ସହଜ ଏବଂ ସୁରକ୍ଷିତ କରୁଛୁ।”
ନିୟମାବଳୀକୁ ଦୃଷ୍ଟିରେ ରଖି ଫୋନପେ ଆଣିଥିବା ଏହି ନୂଆ ‘ୱାନ-ଟଚ୍‌’ ସୁବିଧା ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ। ଏବେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଂଟ କରିବା ପାଇଁ ଆଉ ପିନ୍ ଦରକାର ହେବ ନାହିଁ, କେବଳ ନିଜ ଫୋନ୍‌ର ଫିଙ୍ଗରଫ୍ରିଟ କିମ୍ବା ଫେସ୍ ଲକ୍ ଜରିଆରେ ଏହା କରାଯାଇପାରିବ। ତେବେ ୫,୦୦୦ ଟଙ୍କାରୁ ଅଧିକ ଦେଣନେଣ କ୍ଷେତ୍ରରେ ଗ୍ରାହକଙ୍କ ସୁରକ୍ଷା ପାଇଁ ପୂର୍ବ ଭଳି ୟୁପିଆଇ ପିନ୍ ଦେବା ବାଧ୍ୟତାମୂଳକ। ଏହି ନୂଆ ବାୟୋମେଟ୍ରିକ୍ ସୁବିଧାକୁ ବ୍ୟବହାର କରି ଗ୍ରାହକମାନେ ନିଜ ସାଙ୍ଗସାଥୀଙ୍କୁ ଟଙ୍କା ପଠାଇବା, ଦୋକାନରେ କ୍ୟୁଆର୍ କୋଡ୍ ସ୍କାନ୍ କରିବା, ଅନଲାଇନ୍ ବିଲ୍ ଦେବା ଏବଂ ଏପରିକି ନିଜ ବ୍ୟାଙ୍କ ବାଲାନ୍ସ ମଧ୍ୟ ସହଜରେ ଚେକ୍ କରିପାରିବେ।


Share It

Comments are closed.