ଭାରତରେ ଏକ ଉଜ୍ୱଳ କ୍ରିଏଟର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଏଡୋବ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ Photoshop, Acrobat & Firefly AI ଅଫରର ଶୁଭାରମ୍ଭ

Share It

ଭୁବନେଶ୍ୱର : ଗ୍ଲୋବାଲ ଟେକ୍ନୋଲୋଜି ଲିଡର ଏଡୋବି(ନାସକଡକ: ଏଡିବିଇ), ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ସୃଜନଶୀଳତା, ଉତ୍ପାଦକତା ଏବଂ ବ୍ୟକ୍ତିଗତ ଗ୍ରାହକ ଅଭିଜ୍ଞତାର ଉନ୍ମୋଚନ କରିଛି ଭାରତର ଆଗାମୀ ପିଢ଼ୀର ପ୍ରତିଭାମାନଙ୍କ ପାଇଁ ଏଆଇ-ପରିଚାଳିତ ସୃଜନଶୀଳତା ଏବଂ ଉତ୍ପାଦକତାକୁ ତ୍ୱରାନ୍ୱିତ କରିବା ପାଇଁ କମ୍ପାନୀ ପକ୍ଷରୁ ଆଜି ଏକ ରଣନୈତିକ ନିବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଆଇ ଲୋକଙ୍କ ପାଈଁ କଂଟେଟ ତିଆରି କରିବା, ଆଇଡିଆ ବାଂଟିବା, ବ୍ୟବସାୟ ନିର୍ମାଣ ଏବଂ ସେମାନଙ୍କ ପ୍ୟାସନକୁ ବାସ୍ତବତାରେ ପରିଣତ କରିବାର ଶୈଳୀକୁ ପରିବର୍ତନ କରୁଛି । ସମଗ୍ର ଭାରତରେ ସ୍ୱୀକୃତିପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ Firefly, Photoshop ଏବଂ Acrobat ପରି ନିଜର ଶିଳ୍ପ-ଅଗ୍ରଣୀ ଆପ୍ଲିକେସନ୍ ମାଗଣାରେ ପ୍ରଦାନ କରି, ଏଡୋବି ଆଗାମୀ ପିଢ଼ିକୁ ଏଆଇ-ପ୍ରାଥମିକତା କ୍ୟାରିୟର ପାଇଁ ପ୍ରସ୍ତୁତ କରୁଛି। ଏହି ଟୁଲକିଟ ଏଡୋବିର ସୃଜନଶୀଳ ଏବଂ ଉତ୍ପାଦନକ୍ଷମ ସଫ୍ଟୱେର୍ ସହିତ ପାଠ୍ୟକ୍ରମ, ତାଲିମ ଏବଂ ପ୍ରମାଣପତ୍ର ସହଜରେ ଉପଲବ୍ଧ କରାଉଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପାଠପଢ଼ା ଶେଷ କରିବା ବେଳକୁ ଅନ୍ୟମାନଙ୍କଠାରୁ ଅଧିକ ଦକ୍ଷ ଓ ସ୍ୱତନ୍ତ୍ର ହେବାରେ ସାହାଯ୍ୟ କରିବ।

ଏଡୋବିର ଏହି ଘୋଷଣା ଭାରତ ସରକାରଙ୍କ ‘କ୍ରିଏଟ ଇନ ଇଣ୍ଡିଆ’ ଦୃଷ୍ଟିକୋଣକୁ ସୁଦୃଢ଼ କରୁଛି ଏବଂ କେନ୍ଦ୍ର ବଜେଟ ୨୦୨୬ ର ପରିପୂରକ ସାଜିଛି, ଯେଉଁଥିରେ ୨୦୩୦ ସୁଦ୍ଧା ଆନିମେସନ୍‌, ଭିଜୁଆଲ୍ ଇଫେକ୍ଟସ୍‌, ଗେମିଂ ଏବଂ କମିକ୍ସ (ଏଭିଜିସି)) କ୍ଷେତ୍ରରେ ୨୦ ଲକ୍ଷ (ଦୁଇ ନିୟୁତ) ନୂତନ ନିଯୁକ୍ତି ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଥିଲା। ସରକାରଙ୍କ ସହଭାଗିତାରେ, କଂଟେଟ କ୍ରିଏଟର ଲ୍ୟାବ ରହିବାକୁ ଥିବା ୧୫,୦୦୦ ବିଦ୍ୟାଳୟ ଏବଂ ୫୦୦ କଲେଜ ପାଇଁ ଏଡୋବ ନିଜର ଶିଳ୍ପ-ଅନୁମୋଦିତ ପାଠ୍ୟକ୍ରମ ସହିତ ଏହାର ଏଆଇ-ପ୍ରାଥମିକତା ଅଫରକୁ ମାଗଣାରେ ଉପଲବ୍ଧ କରାଇବ।

“ସମଗ୍ର ଭାରତରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏଡୋବି ସୃଜନଶୀଳତାର ସୁଯୋଗ ବିସ୍ତାର କରୁଛି ଏବଂ ସେମାନଙ୍କୁ ଏଆଇ ଦକ୍ଷତାରେ ସଶକ୍ତ କରୁଛି, ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିକୋଣକୁ ଆହୁରି ତ୍ୱରାନ୍ୱିତ କରୁଛି,” ବୋଲି ଏଡୋବିର ଅଧ୍ୟକ୍ଷ ତଥା ସିଇଓ ଶାନ୍ତନୁ ନାରାୟଣ କହିଛନ୍ତି। “ଏଡୋବିର ଶିଳ୍ପ-ଅଗ୍ରଣୀ ଉପକରଣ (ଟୁଲ୍ସ) ବ୍ୟବହାର କରି ଭାରତର ଛାତ୍ରଛାତ୍ରୀମାନେ କଣ ସୃଷ୍ଟି କରୁଛନ୍ତି ଏବଂ ଏହା ମାଧ୍ୟମରେ କିପରି ‘ବିକଶିତ ଭାରତ’କୁ ତ୍ୱରାନ୍ୱିତ କରୁଛନ୍ତି, ତାହା ଦେଖିବାକୁ ମୁଁ ଉତ୍ସୁକତାର ସହ ଅପେକ୍ଷା କରିଛି।”

ଛାତ୍ରଛାତ୍ରୀମାନେ ଏଆଇ ଦକ୍ଷତା ହାସଲ କରିବା ସହିତ, ଜେନେରେଟିଭ ଏଆଇ ପ୍ରତି ଏଡୋବିର ସ୍ୱତନ୍ତ୍ର ଦୃଷ୍ଟିକୋଣ ଏବଂ ଅତ୍ୟାଧୁନିକ ଉଦ୍ଭାବନରୁ ଲାଭବାନ ହେବେ, ଯେଉଁଥିରେ ସୁରକ୍ଷିତ ଏବଂ ବ୍ୟବସାୟିକ ବ୍ୟବହାର ପାଇଁ ପ୍ରସ୍ତୁତ ଏଆଇ-ଜେନେରେଟେଡ କଂଟେଂଟର ସହଜ ଉପଲବ୍ଧତା ସାମିଲ ଅଛି। ଏହା ସହିତ, ସେମାନଙ୍କୁ ଆପ୍ଲିକେସନ୍ ମଧ୍ୟରେ ସିଧାସଳଖ ଅନ୍ୟ ଜେନେରେଟିଭ୍ ଏଆଇ ମଡେଲଗୁଡ଼ିକ ସହିତ କାମ କରିବା ପାଇଁ ବିକଳ୍ପ ଏବଂ ସୁବିଧା ମଧ୍ୟ ମିଳିବ।

ଏଡୋବି Firefly ଏକ ଅଲ-ଇନ-ୱାନ ସୃଜନଶୀଳ ଏଆଇ ଷ୍ଟୁଡିଓ, ଯାହା ବିଶ୍ୱର ସର୍ବଶ୍ରେଷ୍ଠ କ୍ରିଏଟିଭ୍ ଏଆଇ ମଡେଲଗୁଡ଼ିକୁ ଗୋଟିଏ ସ୍ଥାନରେ ଏକତ୍ରିତ କରିଛି । ଏହା ଗୁଗୁଲ, ଓପନ୍‌ଏଆଇ, ରନୱେ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କର ଶ୍ରେଷ୍ଠ ଇଣ୍ଡଷ୍ଟ୍ରି ମଡେଲଗୁଡ଼ିକୁ ନିରବଚ୍ଛିନ୍ନ ଭାବରେ ସଂଯୁକ୍ତ କରିଥାଏ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ସ୍ୱତନ୍ତ୍ର ଶୈଳୀରେ କଂଟେଂଟ ସୃଷ୍ଟି କରିବା ପାଇଁ ମଡେଲ୍ ଏବଂ ଟୁଲ୍ସ ବାଛିବାରେ ସ୍ୱାଧୀନତା ଏବଂ ନମନୀୟତା ପାଇପାରିବେ। ଆକ୍ରୋବାଟ୍ ପ୍ରୋ ମାଧ୍ୟମରେ, ଛାତ୍ରଛାତ୍ରୀମାନେ ସେମାନଙ୍କର ଉତ୍ପାଦନକ୍ଷମତା ଏବଂ ସହଯୋଗୀତା କ୍ଷମତାକୁ ବଢ଼ାଇପାରିବେ, ତଥା ନିଜର ଶ୍ରେଷ୍ଠ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ସହଜରେ ଟେକ୍ସଟ୍ ଏବଂ ଛବିଗୁଡ଼ିକୁ ଏଡିଟ କରିପାରିବେ।

ଭାରତର ଏଆଇ ଏବଂ ସୃଜନଶୀଳ ଇକୋସିଷ୍ଟମରେ ନିବେଶ
ଆଜିର ଏହି ଘୋଷଣାଗୁଡ଼ିକ ସମଗ୍ର ଭାରତରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାତ୍ରଛାତ୍ରୀମାନଙ୍କୁ ଏଆଇ-ଚାଳିତ ଉପକରଣ ସହିତ ଭବିଷ୍ୟତର କ୍ୟାରିୟର ପାଇଁ ଆବଶ୍ୟକୀୟ ଦକ୍ଷତା ପ୍ରଦାନ କରିବାରେ ସକ୍ଷମ କରିବ। କମ୍ପାନୀର ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ଏବଂ କ୍ୟାରିୟର ପାଥୱେ ପ୍ରୋଗ୍ରାମ ‘ଏଡୋବି ଡିଜିଟାଲ ଏକାଡେମୀ’ର ଏକ ବିସ୍ତାରିତ ଅଂଶ ଭାବରେ, ସମଗ୍ର ଭାରତରେ ଶିକ୍ଷାର୍ଥୀମାନଙ୍କୁ ମାଗଣାରେ ଶିଳ୍ପ-ପ୍ରାସଙ୍ଗିକ ପାଠ୍ୟକ୍ରମ ଏବଂ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଏଡୋବ ଇଣ୍ଡିଆ, ନାସକମ୍ ଫ୍ୟୁଚରସ୍କିଲ୍ସ ପ୍ରାଇମ୍ ସହିତ ସହଭାଗିତା କରିଛି, ଯାହାକି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ମେଇଟି) ସହଯୋଗରେ ଆରମ୍ଭ ହୋଇଥିବା ଏକ ଡିଜିଟାଲ୍ ଦକ୍ଷତା ବିକାଶ ପଦକ୍ଷେପ ଅଟେ।

ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଗ୍ରାଫିକ ଡିଜାଇନ, ଭିଡିଓ ଏବଂ ଭିଜୁଆଲ ଇଫେକ୍ଟସ, ଆନିମେସନ, ଗେମିଂ, ମାର୍କେଟିଂ, ମିଡିଆ, ଇ-କମର୍ସ, ଶିକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ପରି ପ୍ରମୁଖ ବିକାଶଶୀଳ କ୍ଷେତ୍ରଗୁଡ଼ିକରେ ଆବଶ୍ୟକୀୟ ସୃଜନଶୀଳତା, ଉତ୍ପାଦନକ୍ଷମତା ଏବଂ ଏଆଇ-ଚାଳିତ ଦକ୍ଷତା ପ୍ରଦାନ କରି ସୁସଜ୍ଜିତ କରିବ – ଯାହା ସେମାନଙ୍କୁ ଆଧୁନିକ ତଥା ଦ୍ରୁତ ଗତିରେ ବଦଳୁଥିବା କ୍ୟାରିୟରର ଚାହିଦା ପାଇଁ ପ୍ରସ୍ତୁତ କରିବ।

ଏହି ଘୋଷଣାଗୁଡ଼ିକ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ ସମୟରେ କରାଯାଇଛି, ଯେଉଁଠାରେ ସୃଜନଶୀଳତା, ମାନବ ପୁଞ୍ଜି ଏବଂ ଏଆଇରେ ବିଶ୍ୱାସ ଓ ସୁରକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ଏଆଇ-ଆଧାରିତ ପଦକ୍ଷେପଗୁଡ଼ିକୁ ଆଗେଇ ନେବାରେ ଏଡୋବି ଏକ ପ୍ରମୁଖ ଅଂଶୀଦାର ଅଟେ। ଏଡୋବିର ଅଧ୍ୟକ୍ଷ ତଥା ସିଇଓ ଶାନ୍ତନୁ ନାରାୟଣ ଏଥିରେ ଜଣେ ମୁଖ୍ୟ ବକ୍ତା ଅଟନ୍ତି ଏବଂ ଏଡୋବ ଏକ ସ୍ୱତନ୍ତ୍ର ଏକ୍ସପେରିଏନ୍ସ ଜୋନ ମାଧ୍ୟମରେ ଏହାର ସଦ୍ୟତମ ଉଦ୍ଭାବନଗୁଡ଼ିକୁ ପ୍ରଦର୍ଶନ କରିବା ସହିତ ଏକାଧିକ ପ୍ୟାନେଲ ଆଲୋଚନାରେ ଭାଗ ନେବ।

ଏହି ସମ୍ମିଳନୀ ସମୟରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସହଭାଗିତାରେ ଏଡୋବି ଭାରତୀୟ ଲୋକକଥା ଉପରେ ଆଧାରିତ ପାଂଚଟି ‘ମେଡ ଇନ ଇଣ୍ଡିଆ’ କ୍ଷୁଦ୍ର ଏଆଇ ଚଳଚ୍ଚିତ୍ରର ଏକ ସିରିଜ୍ ‘କଥାବତାର’କୁ ପ୍ରଦର୍ଶନ କରୁଛି। ଏହି ଚଳଚ୍ଚିତ୍ରଗୁଡ଼ିକୁ ନୂତନ ପିଢ଼ିର ଅଗ୍ରଣୀ ଏଆଇ ଚଳଚ୍ଚିତ୍ର ନିର୍ମାତାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ସମ୍ମିଳନୀରେ ଥିବା ମନ୍ତ୍ରଣାଳୟର ଏଆଇ ଥିଏଟରରେ ଏହାର ପ୍ରିମିୟର୍ କରାଯିବ।

ଉପଲବ୍ଧତା
ସମଗ୍ର ଭାରତରେ ଥିବା ଛାତ୍ରଛାତ୍ରୀମାନେ ସ୍ୱୀକୃତିପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ମାଧ୍ୟମରେ ଏହି ନୂତନ ଅଫରର ଲାଭ ଉଠାଇପାରିବେ।


Share It

Comments are closed.