ତିନି ଗୁଣା ବଢ଼ିଛି ରାଜ୍ୟର ଫସଲ ଉତ୍ପାଦନ:ରାଜ୍ୟପାଳ

Share It

ଭୁବନେଶ୍ଵର,୧୭/୦୨:ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ । ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି ।ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ । ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ ହୋଇଛି । ଫଳରେ ଚାଷୀ ପରିବାରର ମୁଣ୍ଡ ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି । ରାଜ୍ୟରେ ତିନି ଗୁଣା ବଢ଼ିଛି ଫସଲ ଉତ୍ପାଦନ । ୨୦୨୪-୨୫ରେ ୧୫୦ ଲକ୍ଷ ମେଟ୍ରିକ ଟନ୍ ଫସଲ ଉତ୍ପାଦନ ହୋଇଥିବା ବେଳେ ୨୦୦୦-୦୧ରେ ଥିଲା ୫୫.୩୫ ଲକ୍ଷ ମେଟ୍ରିକ ଟନ୍ ହୋଇଥିଲା।


Share It

Comments are closed.