ୱଣ୍ଡରଲାରେ ଜମିବ ଭାଲେଣ୍ଟାଇନ୍ସ ଡେ’ ରୋମାନ୍ସ
ଭୁବନେଶ୍ୱର: ଏହି ଭାଲେଟାଂଇନ୍ସ ଦିବସରେ ୱଣ୍ଡରଲା ଭୁବନେଶ୍ୱରର ରୋମାଂଚକର ସାଜସଜ୍ଜା ହୋଇଥିବା ବେଳେ ପାର୍କକୁ ସ୍ୱତନ୍ତ୍ର ଭାବେ ଭଲ ପାଇବାର ଉତ୍ସବ ପାଳନ କରିବା ପାଇଁ ଏକ ସନ୍ଧ୍ୟାକାଳୀନ ସ୍ୱର୍ଗାଡମ୍ୱର ରେ ପରିଣତ କରାଯାଇଛି । ଫେବ୍ରୁଆରି ୧୪ ଓ ୧୫ ତାରିଖରେ ଅପରାହ୍ନ ୩ଟାରୁ ଆରମ୍ଭ କରି ଦମ୍ପତି ଓ ପ୍ରେମୀ ଯୁଗଳ ମାନେ ସୁବର୍ଣ୍ଣ ମଧ୍ୟାହ୍ନରେ ୱାଟର ରାଇଡ୍ଠାରୁ ଆରମ୍ଭ କରି ରାତିର ଝିଲମିଲ ଆଲୁଅ ତଳେ ଭୂମିରେ ଥିବା ଆକର୍ଷଣ ପର୍ଯ୍ୟନ୍ତ ଉତ୍ସାହ ଓ ମିଳିତ ଭାବର ୭ ଘଂଟାକୁ ଉପଭୋଗ କରିପାରିବେ । ଏହି ଅନୁଭବ ଏକ ଯାଦୁକରୀ ୱେଭ୍ ପୁଲ୍ ଡିନର ସହ ଶେଷ ହେବ ଯାହା ଏକ ସ୍ୱପ୍ନର ବେଳାଭୂମିରୁ ବାହାରିବା ଭଳି ଅନୁଭବ ଦେବ । ଏହା ପାରମ୍ପରିକ ଭାଲେଟାଂଇନ୍ସ ଡେଟ୍ଠାରୁ ଭିନ୍ନ ଯେଉଁଠାରେ ରୋମାନ୍ସ ସହ ରୋମାଂଚର ଏକ ଅଭୁଲା ଉପାୟରେ ମିଳନ ହେବ ।
ଉଲ୍ଲେଖନୀୟ ମୂଲ୍ୟ ସହ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ସନ୍ଧ୍ୟାକାଳୀନ ଦମ୍ପତି ପ୍ୟାକେଜ୍ରେ ଅନ୍ୟ ପାର୍କଗୁଡ଼ିକ ତୁଳନାରେ ମୋଟ ଉପରେ ସର୍ବାଧିକ ରିହାତି ପ୍ରଦାନ କରାଯାଉଛି । ଭାଲେଟାଂଇନ୍ସ ଡେ ସନ୍ଧ୍ୟାକାଳୀରନ ଟିକଟର ମୂଲ୍ୟ ଦମ୍ପତି ପିଛା ୯୯୯ ଟଙ୍କାରୁ (ଟିକସକୁ ବାଦ ଦେଇ) ଆରମ୍ଭ ହେଉଛି, ଯେଉଁଥିରେ ପାର୍କରେ ପ୍ରବେଶ ଅନୁମତି ଅପରାହ୍ନ ୩ଟା ପରେ ଆରମ୍ଭ ହେବ । ୱାଟର ରାଇଡ୍ ଅପରାହ୍ନ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଓ ଭୂମିରେ ଥିବା ରାଇଡ୍ ରାତି ୧୦ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ । ସମ୍ପୂର୍ଣ୍ଣ ରୋମାଂଟିକ ଅନୁଭବ ଚାହୁଥିବା ଦମ୍ପତିମାନଙ୍କ ପାଇଁ ଏହି ଭାଲେଟାଂଇନ୍ସ ଡେ ସନ୍ଧ୍ୟାକାଳୀନ ଟିକଟ ସହ ୱେଭ ପୁଲ ଡିନର କମ୍ବୋ ର ମୂଲ୍ୟ ଦମ୍ପତି ପିଛା ୧୯୯୯ ଟଙ୍କା (ଟିକସକୁ ବାଦ ଦେଇ) ରହିଛି ଯାହା ରୋମାଂଚ ସହ ଏକ ଆକର୍ଷଣୀୟ ଡିନର ଅନୁଭୂତିକୁ ନିରବଚ୍ଛିନ୍ନ ଭାବେ ସମନ୍ୱିତ କରୁଛି ।
ସବୁ ଦମ୍ପତିଙ୍କୁ ୨-ବ୍ୟକ୍ତି ପ୍ୟାକେଜ୍ ହିସାବରେ ଟିକଯ କିଣିବାକୁ ହେବ ଏବଂ ତାହା ଉଭୟ ଦିନ ପାଇଁ ବୈଧ ରହିବ । ଏଥିରେ ମିଳିତ ଭାବେ ସ୍ୱତନ୍ତ୍ର ଅନୁଭୂତି ସୃଷ୍ଟି କରିବାକୁ ଚାହୁଥିବା ଯୋଡ଼ି ଓ ପରିବାରଙ୍କ ପାଇଁ ପ୍ରତିଟି ମୁହୂର୍ତକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।
ୱେଭ୍ ପୁଲ୍ ଡିନର୍: ତାରାଙ୍କ ମେଳରେ ଏକ ସ୍ୱପ୍ନର ବେଳାଭୂମି ଷ୍ଟାଇଲ୍ର ଏସ୍କେପ୍
ୱାଣ୍ଡରଲା ଭୁବନେଶ୍ୱରର ଭାଲେଟାଂଇନ୍ସ ଡେ ପାଳନର ଏକ ପ୍ରମୁଖ ଆକର୍ଷଣ ହେଉଛି ଚମତ୍କାର ୱେଭ ପୁଲ ଡିନର ଅନୁଭୂତି ଯାହା ରାତି ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ । ସୂର୍ଯ୍ୟଙ୍କ ଚମକ କମ ହେବା ପରେ ୱେଭ ପୁଲ ଏକ ସ୍ୱପ୍ନର ବେଳାଭୂମି ଷ୍ଟାଇଲ୍ର ଏସ୍କେପ୍ରେ ପରିଣତ ହେବ ଯେଉଁଠାରେ ରୋମାନ୍ସ ବଢ଼ିବ । ପାଣିର ରିଦିମ୍, ହାଲୁକା ସାଜସଜ୍ଜା ଓ ଉଷ୍ମତା ଭରୁଥିବା ଆଲୋକ ମନୋଭାବକୁ ଠିକ୍ କରିବ ଏବଂ ଲାଇଭ୍ ସଙ୍ଗୀତ ଓ ଏମ୍ସି ଅନୁଭୂତି ସନ୍ଧ୍ୟାରେ ଆହୁରି ଚମକ କରିବ । ରୋମାଂଟିକ କାର୍ଯ୍ୟକ୍ରମ ଦମ୍ପତିଙ୍କୁ ନିକଟତର କରିବ ଏବଂ ଏକ ଆତ୍ମାକୁ ସନ୍ତୁଷ୍ଟ କରୁଥିବା ମ୍ୟୁଜିକାଲ୍ ନାଇଟ୍ ସବୁ କିଛିକୁ ପ୍ରେମରେ ପରିଣତ କରି କାର୍ଯ୍ୟକ୍ରମକୁ ଶେଷ କରିବ ଯାହା ପ୍ରତିଟି ମୂହୂର୍ତକୁ ସ୍ମୃତିରେ ପରିଣତ କରିବ ଯାହାକୁ ସବୁଦିନ ପାଇଁ ସାଇତି ରଖାଯାଇପାରିବ ।
ପାର୍କ ବ୍ୟାପୀ ଭାଲେଟାଂଇନ୍ସ ଯାଦୁ: ସାଜସଜ୍ଜା, ସଙ୍ଗୀତ ଓ ସ୍ମୃତି
ୱେଭ ପୁଲ ଅନୁଭୂତି ବାହାରେ ମଧ୍ୟ ୱାଣ୍ଡରଲା ଭୁବନେଶ୍ୱର ପକ୍ଷରୁ ସ୍ୱତନ୍ତ୍ର ପାର୍କ ସାଜସଜ୍ଜା, ସ୍ୱତନ୍ତ୍ର ମୁହୂର୍ତକୁ ତୋଳି ଧରିବା ପାଇଁ ରୋମାଂଟିକ ସେଲ୍ଫି ପଏଂଟ୍, ଏମ୍ସି ମନୋରଂଜନ ଓ ମ୍ୟୁଜିକାଲ୍ ନାଇଟ୍ ସହିତ ସମ୍ପୂର୍ଣ୍ଣ ଭାଲେଟାଂଇନ୍ସ ଅନୁଭବ ସୃଷ୍ଟଇ କରାଯାଇଛି ଯାହା ଏକ ପ୍ରେମର ପରିବେଶ ପ୍ରଦାନ କରିବ । ଦମ୍ପତି ଓ ପରିବାରଗୁଡ଼ିକ ୱାଣ୍ଡରଲାର ବିଶ୍ୱସ୍ତରୀୟ ଆକର୍ଷଣର ବ୍ୟାପକ ସମ୍ଭାରକୁ ଅସୀମିତ ହାସଲ କରିପାରିବେ ଯେଉଁଥିରେ ରୋମାଂଚକର ରୋଲର କୋଷ୍ଟର ରାଇଡ୍ଠାରୁ ସତେଜତା ପ୍ରଦାନ କରୁଥିବା ୱାଟର ରାଇଡ୍ ପର୍ଯ୍ୟନ୍ତ ରହିଛି ଯାହା ସବୁୁ ବୟସ ବର୍ଗଙ୍କୁ ଉଲ୍ଲାସପୂର୍ଣ୍ଣ ଅନୁଭବ ପ୍ରଦାନ କରିବ ଏବଂ ସବୁ କିଛି ୱାଣ୍ଡରଲାର କଠୋର ସୁରକ୍ଷା ମାନକ ଅଧୀନରେ ପରିଚାଳିତ ହେଉଛି ।
ଏହି ଉତ୍ସବ ପାଳନ ସମ୍ପର୍କରେ ୱଣ୍ଡରଲା ହଲିଡେଜ୍ ଲିମିଟେଡ୍ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଧୀରନ ଚୌଧୁରୀ କହିଛନ୍ତି ଯେ, “ୱଣ୍ଡରଲା ଭୁବନେଶ୍ୱରରେ ଆମେ ଏକ ଭାଲେଟାଂଇନ୍ସ ଡେ ଅନୁଭୁତି ସୃଷ୍ଟି କରିବାକୁ ଚାହୁଛୁ ଯାହା ଜୀବନ୍ତ, ହାସଲ କରି ହେଉଥିବା ଏବଂ ବାସ୍ତବରେ ସ୍ୱତନ୍ତ୍ର ଅନୁଭବ ପ୍ରଦାନ କରିବ । ଆମର ସନ୍ଧ୍ୟା କୈନ୍ଦ୍ରୀକ ଦମ୍ପତି ପ୍ୟାକେଜ୍ ରାଇଡ୍, ସଙ୍ଗୀତ ଓ ରୋମାଂଟିକ୍ ଡିନରକୁ ଏଭଳି ଢଙ୍ଗରେ ଏକତ୍ରୀତ କରିବ ଯାହା ଅତିଥିମାନଙ୍କୁ ସହଜ ଓ ଉଲ୍ଲାସ ସହ ଭଲ ପାଇବାକୁ ପାଳନ କରିବାରେ ସହାୟକ ହେବ । ଏକ ଅଭୁଲା ଉତ୍ସବ ପାଳନ ପାଇଁ ଦମ୍ପତି ଓ ପରିବାରଗୁଡ଼ିକୁ ସ୍ୱାଗତ କରିବାକୁ ଆମେ ଅପେକ୍ଷା କରିଛୁ ।’’
ଏହି ଭାଲେଟାଂଇନ୍ସ ଡେରେ ୱାଣ୍ଡରଲା ଭୁବନେଶ୍ୱରରେ ଭଲ ପାଇବାର ଉତ୍ସବ ପାଳନ କରନ୍ତୁ ଯେଉଁଠାରେ ରୋମାନ୍ସ ସହ ରୋମାଂଚର ମିଳନ ହେବ । ଏହି ଅଫର ୨୦୨୬ ଫେବ୍ରୁଆରି ୧୪ ଓ ୧୫ ପାଇଁ ସ୍ୱତନ୍ତ୍ର ଭାବେ ।
Comments are closed.