ଚାକିରି ଦେବା ନାଁରେ ଠକେଇ, ଠକ ମହିଳା ଗିରଫ

Share It

ଭୁବନେଶ୍ବର,୧୪/୦୨: ଚାକିରି ଦେବା ନାଁରେ ଠକେଇ। ଅଭିଯୋଗ ।ଗିରଫ ହେଲେ ଠକ ମହିଳା।ଚାକିରି ଦେବାକୁ କହି ଜଣେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ୨୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଖଣ୍ଡଗିରି ଥାନାରେ ଆଶାୟୀ ପ୍ରାର୍ଥୀ ଜଣଙ୍କ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୋଲିସ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଚାକିରି ଦେବାକୁ କହି ଠକେଇ ମାମଲାରେ ଜଣେ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।  ଖଣ୍ଡଗିରି ପୋଲିସର ଏକ ଟିମ୍ କେନ୍ଦୁଝରରୁ ସଂପୃକ୍ତ ଠକ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ତେବେ ସଂପୃକ୍ତ ମହିଳା ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡିଛି । ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଅଗ୍ରାହ୍ୟ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଠକ ମହିଳାଙ୍କୁ ଗିରଫ କରିଛି । ଏ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ଖଣ୍ଡଗିରି ଥାନା ପୋଲିସ । ଏଥିରେ ଆଉ ସଂପୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ ।


Share It

Comments are closed.