ରାଜଧାନୀରେ ୱାନ ମ୍ୟାନ ଆର୍ମି ଚୋର

Share It

ଭୁବନେଶ୍ଵର,୧୪/୦୨:ରାଜଧାନୀରେ ୱାନ ମ୍ୟାନ ଆର୍ମି ଚୋର ।
ଏକୁଟିଆ ଆସୁଛି ଆଉ ଘରେ ପଶି ଲୁଟି ନେଉଛି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା । ଖଣ୍ଡଗିରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ୱାନ ମ୍ୟାନ ଆର୍ମି ଚୋରକୁ । ସିସିଟିଭିରେ ଚୋର ର ରେକି ବେଳର ଦୃଶ୍ୟ କଏଦ ମଧ୍ୟ ହୋଇଛି । ପୂର୍ବ ପ୍ରସ୍ତୁତି ମୁତାବକ ଚୋର ଚୋରି କରି ଚମ୍ପଟ ମଧ୍ୟ ମାରୁଛି । ଘଟଣାଟି ଘଟିଛି ଡୁମୁଡୁମା ରଣସିଂପୁରରେ । ଗ୍ରାମ କି ଦୁଇ ଗ୍ରାମ ନୁହେଁ, ପ୍ରାୟ ୮0 ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଛି।ପୁଣି  20 ହଜାର ଟଙ୍କା ମଧ୍ୟ ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି। ମାନବେନ୍ଦ୍ର ବିଶୋଇ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଚୋରକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ ।


Share It

Comments are closed.