ଲୋକନାଥ ମନ୍ଦିରରେ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ,ଭୋର ୪ ଟାରେ ଉଠିବ ମହାଦୀପ

Share It

ପୁରୀ,୧୪/୦୨:ଆସନ୍ତାକାଲି ମହାଶିବରାତ୍ରୀ ବା ଜାଗର ।ଲୋକନାଥ ମନ୍ଦିରରେ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି ।ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁ ଲୋକନାଥଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ । ଏହାପରେ ଭୋର ୫ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୦ ଟା ପର୍ଯ୍ୟନ୍ତ ଚାଲିବ । ରାତି ୩ଟାରେ ହରିହର ଭେଟ, ଭୋଗ ସମ୍ପନ୍ନ ପରେ ବଡ଼ସିଂହାର ବେଶ କରାଯାଇ ଭୋର ୪ ଟାରେ ମହାଦୀପ ଉଠିବ ।

ଶୃଙ୍ଖଳିତ ନୀତିକାନ୍ତି ସହିତ ଭକ୍ତମାନେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖାଯାଇଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ ଲୋକନାଥ ମନ୍ଦିର ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।




Share It

Comments are closed.