ସସ୍‌ପେଣ୍ଡକୁ ନେଇ ପୁଣି ସମାନ କଥା ଦୋହରାଇଲେ, କହିଲେ ଦେଖା ହେଲେ ପଚାରିବି

Share It

ଭୁବନେଶ୍ଵର,୧୩/୦୨:ସସ୍‌ପେଣ୍ଡକୁ ନେଇ ଆଜି ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିରୁ ବିତାଡ଼ିତ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ସେ ଆଜି ପୁଣି ସେହି ସମାନ କଥା ଦୋହରାଇଛନ୍ତି।ସେ କହିଛନ୍ତି, ନବୀନଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲି ତା’ର ଉତ୍ତର ସେ ଦେଇପାରିଲେନି। ଦୁର୍ନୀତି, ବିଶ୍ୱାସଘାତକତା ବାବଦରେ ସତ୍ୟାସତ୍ୟ ଯାଞ୍ଚ ଚ୍ୟାଲେଞ୍ଜ ଦେଇଥିଲି। ମାତ୍ର ସେ କୌଣସି ଉତ୍ତର ଦେଇପାରିଲେନି। ତେବେ ବିଧାନସଭାରେ ଦେଖା ହେଲେ ପଚାରିବି ବୋଲି କହିଛନ୍ତି ଅରବିନ୍ଦ। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେଖି ଭୋଟ୍‌ ଦେବି। ମୁଁ ଏବେ ସ୍ବାଧୀନ,ବିଧାନସଭାରେ ସ୍ବାଧୀନ ଭାବେ ପ୍ରସଙ୍ଗ ଉଠାଇବି ବୋଲି ଅରବିନ୍ଦ କହିଛନ୍ତି।


Share It

Comments are closed.