ଚିକିତ୍ସା ଅଧାରୁ କାହିଁକି ମୁହଁ ଫେରାଉଛନ୍ତି ଦମ୍ପତି: ଜାଣନ୍ତୁ ବିଶେଷଜ୍ଞଙ୍କ ମତ
ଯେଉଁ ସମୟରେ ଅନେକ ଦମ୍ପତି ଏକ ଫର୍ଟିଲିଟି କ୍ଲିନିକରେ ପହଂଚିଥାନ୍ତି, ତାହା ପୂର୍ବରୁ ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ ସେମାନେ ଏକାନ୍ତରେ ଚେଷ୍ଟା କରିସାରିଥାନ୍ତି । ଯାହା କମ୍ ଦୃଶ୍ୟମାନ ହୋଇଥାଏ, ତାହା ହେଉଛି ପରବର୍ତୀ ସମୟରେ କ’ଣ ଘଟିଥାଏ- କେବଳ ଜାରି ରହିଥିବା ଚିକିତ୍ସା ନୁହେଁ ବରଂ ଚୂପଚାପ୍ ଅନ୍ତର୍ଦ୍ଧାନ ହୋଇଯାଉଥିବା ରୋଗୀ ।
ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ, ଭୁବନେଶ୍ୱରର ଫର୍ଟିଲିଟି ବିଶେଷଜ୍ଞ ଡକ୍ଟର ଅମ୍ରିତା ନନ୍ଦ ଉଲ୍ଲେଖ କରିଛନ୍ତି ଯେ, ଚିକିତ୍ସକୀୟ ଅଭ୍ୟାସ କ୍ଷେତ୍ରରେ ଏଭଳି ଏକ ପର୍ଯ୍ୟାୟ ରହିଛି ଯାହା ବିଷୟରେ ଖୁବ୍ କମ୍ ଆଲୋଚନା ହୋଇଥାଏ: ଏଭଳି ଏକ ସମୟ ଯେତେବେଳେ ଦମ୍ପତିମାନେ ସମ୍ପୂର୍ଣ୍ଣ ଭାବରେ ଚିକିତ୍ସା ବନ୍ଦ କରିଦେଇଥାନ୍ତି । କୌଣସି ଔପଚାରିକ ସମାପ୍ତି କିମ୍ବା ୨ୟ ମତାମତ ବିନା, କେବଳ ଅନୁପସ୍ଥିତି । ଆପଏଂଟମେଂଟ ବୁକ୍ କରାଯାଏ ନାହିଁ । କଲ୍ର ଜବାବ ଦିଆଯାଏ ନାହିଁ । ଚିକିତ୍ସାକୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ ରଖାଯାଏ । ଏହା ହେଉଛି ବନ୍ଧ୍ୟାତ୍ୱର ନୀରବ ଡ୍ରପ୍-ଆଉଟ ଫେଜ୍ ।
କେଉଁଠାରେ ରୋଗୀମାନେ ହଜିଯାଆନ୍ତି
ତଥ୍ୟ ସୂଚାଉଛି ଯେ, ଏହା ଅସାଧାରଣ ନୁହେଁ । ଆନ୍ତର୍ଜାତୀୟ ପଞ୍ଜୀକରଣ ତଥ୍ୟ ସୁଚିତ କରୁଛି ଯେ, ପ୍ରାୟ ୩୦ରୁ ୫୦% ଦମ୍ପତି ପ୍ରଥମ କିମ୍ବା ୨ୟ ଚକ୍ର ପରେ ପ୍ରଜନନ ଚିକିତ୍ସାକୁ ବନ୍ଦ କରିଦିଅନ୍ତି, ଏପରିକି ପୂର୍ବାନୁମାନ ଯୁକ୍ତିଯୁକ୍ତ ହୋଇଥିଲେ ମଧ୍ୟ । ମାନବ ପ୍ରଜନନ ପ୍ରସଙ୍ଗରେ ପ୍ରକାଶିତ ଏକ ବୃହତ ୟୁରୋପିଆନ କୋହର୍ଟ ଷ୍ଟଡି ଦର୍ଶାଇଛି ଯେ, ପ୍ରାୟ ୫୦% ରୋଗୀ ନିରର୍ଥକ ଚିକିତ୍ସା ଯୋଗୁଁ ନୁହେଁ ବରଂ ଭାବନାତ୍ମକ ଓ ଆର୍ଥିକ ଚାପ କିମ୍ବା ଚିକିତ୍ସା କ୍ଳାନ୍ତି ଯୋଗୁଁ ଏଭଳି କରିଥାନ୍ତି । ଅନ୍ୟ ଶବ୍ଦରେ କହିଲେ, ଜୀବବିଜ୍ଞାନ ପ୍ରତିବନ୍ଧକ ନଥିଲା । ପ୍ରକୃତ ବୋଝ ହେଲା ବନ୍ଧ୍ୟାତ୍ୱ ଚିକିତ୍ସା ବାରମ୍ବାର ପରିଦର୍ଶନ, ଯନ୍ତ୍ରଣାଦାୟକ ପ୍ରକ୍ରିୟା, ଅନିଶ୍ଚିତ ସମୟମସୀମା ଓ ନିରନ୍ତର ଖର୍ଚ୍ଚର ଦାବି କରିଥାଏ । ପ୍ରତ୍ୟେକ ନକାରାତ୍ମକ ଚକ୍ର କେବଳ ଏକ ବିଫଳ ପ୍ରୟାସ ନୁହେଁ; ଏହା ଏକ ମାନସିକ ପଶ୍ଚାତାପ, ଏହି ଥକ୍କାପଣ ନୀରବରେ ବୃଦ୍ଧି ପାଇଥାଏ ।
ଭାବନାତ୍ମକ ଗଣିତ
ରୋଗୀମାନେ ପ୍ରାୟତଃ ସଫଳତା ହାରଠାରୁ ଅଧିକ ହିସାବ କରିଥାନ୍ତି । ସେମାନେ ସ୍ଥିରତାର ଗଣନା କରନ୍ତି । ମାସ ମାସର ଇଞ୍ଜେକ୍ସନ, ସ୍କାନ, ଦୁଇ ସପ୍ତାହର ଅପେକ୍ଷା ପରେ ଅନେକ ରୋଗୀ ଚିନ୍ତା କରିବା ଆରମ୍ଭ କରିଦିଅନ୍ତି ଯେ, ଏହି ଚିକିତ୍ସା ଜାରି ରଖିବା , କାର୍ଯ୍ୟ, ସମ୍ପର୍କ ଓ ମାନସିକ ସୁସ୍ଥତା ଉପରେ ପଡୁଥିବା ପ୍ରଭାବର ଯୋଗ୍ୟ କି ନୁହେଁ । ଜର୍ଣ୍ଣାଲ ଅଫ୍ ସାଇକୋସୋମାଟିକ ଅବଷ୍ଟେଟ୍ରିକ୍ସ ଆଣ୍ଡ ଗାଇନାକୋଲୋଜିର ଅଧ୍ୟୟନଗୁଡିକ ଦର୍ଶାଇଛି ଯେ, ପ୍ରଜନନ ଚିକିତ୍ସା କରାଉଥିବା ରୋଗୀଙ୍କଠାରେ ଚିନ୍ତା ଓ ଅବସାଦ ଲକ୍ଷଣଗୁଡିକ , ଗମ୍ଭୀର ଅସୁସ୍ଥତା ଥିବା ଲୋକଙ୍କଠାରେ ଦେଖାଯାଉଥିବା ଲକ୍ଷଣ ସହ ସମାନ ହୋଇପାରେ । ଯେତେବେଳେ ଚାପ ବୃଦ୍ଧି ପାଇଥାଏ ଏବଂ ସହଯୋଗ ଅପର୍ଯ୍ୟାପ୍ତ ମନେ ହୋଇଥାଏ, ସେତେବେଳେ ପ୍ରତ୍ୟାହାର ଆତ୍ମ-ସୁରକ୍ଷାର ଏକ ରୂପରେ ପରିଣତ ହୋଇଥାଏ ।
କ’ଣ ନିହାତି ବଦଳିବା ଆବଶ୍ୟକ
ଏହି ପର୍ଯ୍ୟାୟ ଯେକୌଣସି ଲାବ୍ରୋଟୋରୀ ପାରାମିଟର ଭଳି ସର୍ବାଧିକ ଧ୍ୟାନର ଆବଶ୍ୟକ କରୁଛି । ଉତମ ପରାମର୍ଶ, ବାସ୍ତବବାଦୀ ଆଶା ସ୍ଥାପନ, ସ୍ୱଚ୍ଛ ଖର୍ଚ୍ଚ ଯୋଜନା ଓ ନମନୀୟ ଚିକିତ୍ସା ମାର୍ଗ ଏହି ଅବସାଦକୁ ହ୍ରାସ କରିପାରିବ । ରୋଗୀମାନେ କେବଳ ନିୟମର ଆବଶ୍ୟକ କରିନଥାନ୍ତି; ସେମାନେ ନିରନ୍ତରତା ଓ ଆଶ୍ୱାସନା ଆବଶ୍ୟକ କରିଥାନ୍ତି ଯେ, ବିରାମ ବିଫଳତା ସହ ସମାନ ନୁହେଁ । କାରଣ ଅନେକ ରୋଗୀ ଯିଏ ଚିକିତ୍ସା ବନ୍ଦ କରିଦିଅନ୍ତି, ସେମାନଙ୍କର ସଠିକ ଚିକିତ୍ସା ସହ ଗର୍ଭଧାରଣର ପର୍ଯ୍ୟାପ୍ତ ସମ୍ଭାବନା ରହିଥାଏ ।
ପ୍ରଜନନ ଚିକିତ୍ସାର ସବୁବେଳେ ଜୀବବିଜ୍ଞାନ ସହ ଏକ ସୁଖଦ ସମାପ୍ତି ହୋଇନଥାଏ । ବେଳେବେଳେ ଏହା ହଠାତ୍ ଚିନ୍ତା ଓ ଥକ୍କାପଣ କାରଣରୁ ବାଧାପ୍ରାପ୍ତ ହୋଇଥାଏ । ଏହି ନୀରବ ଡ୍ରପ୍-ଆଉଟ ଫେଜ୍କୁ ଚିହ୍ନଟ କରିବା ଦ୍ୱାରା ତାହା ହୁଏତ କମ୍ ରୋଗୀଙ୍କୁ ପଛକୁ ହଟିଯିବାରୁ ରୋକିବା ପାଇଁ ପ୍ରଥମ ପଦକ୍ଷେପ ହୋଇପାରିବ ।
Comments are closed.