ଡିଏଭିରେ ସ୍ବାମୀ ଦୟାନନ୍ଦ ସରସ୍ଵତୀ ଜୟନ୍ତୀ ପାଳିତ
ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଡିଏଭି ଓ ବେଦିକ ସଂସ୍କୃତି ପ୍ରତି ଅମୂଲ୍ୟ ଅବଦାନ
ଝାରସୁଗୁଡ଼ା, ୧୨/୦୨/୨୦୨୬ : ଡିଏଭି ଆନ୍ଦୋଳନର ମହାନ କର୍ଣ୍ଣଧାର, ବୈଦିକ ଜାଗରଣର ବିଶ୍ଵକର୍ମା, ଡିଏଭି ସଂସ୍ଥାପକ ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୩ ତମ ଜନ୍ମ ଜୟନ୍ତୀ ଡିଏଭି ପବ୍ଲିକ ସ୍କୁଲ ଝାରସୁଗୁଡ଼ା ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ଦୟାନନ୍ଦ ଜୟନ୍ତୀ ପାଳନ ଅବସରରେ ସ୍ବାମୀ ଦୟାନନ୍ଦଙ୍କ ଫଟୋ ଫଳକରେ ମାଲ୍ୟାର୍ପଣ କରାଯିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ଢେଙ୍କାନାଳ ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ଅବସରପ୍ରାପ୍ତ ପ୍ରଫେସର ତଥା ନିମାପଡ଼ା ଡିଏଭି ପରିଚାଳନା ସମିତି ସଭ୍ୟ ଡ. ମନୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନପୂର୍ବକ ବିଶ୍ଵଶାନ୍ତି ଓ ବିଶ୍ୱ କଲ୍ୟାଣ ନିମନ୍ତେ ଆୟୋଜିତ ହୋମଯଜ୍ଞରେ ସାମିଲ ହୋଇଥିଲେ । ଅଧ୍ୟକ୍ଷ ଶ୍ରୀ ଦେବତା ସ୍ୱାଗତ ଭାଷଣରେ ଭାରତର ନବଜାଗରଣ ଯୁଗର ପ୍ରମୁଖ ଦାର୍ଶନିକ, ସମାଜସଂସ୍କାରକ ତଥା ବେଦ ପ୍ରଚାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଭାରତୀୟ ସଂସ୍କୃତି ପ୍ରତି ଅବଦାନ, ବୈଦିକ ସତ୍ୟତା, ନୈତିକ ମୂଲ୍ୟବୋଧ, ଆଧୁନିକ ବିଜ୍ଞାନମୂଳକ ଶିକ୍ଷା, ରାଷ୍ଟ୍ରୀୟ ଚିନ୍ତାଧାରା, ‘ବେଦକୁ ଫେରିବା’ ସନ୍ଦେଶ, ଡିଏଭି ଶିକ୍ଷା ଆନ୍ଦୋଳନ, ଆଧୁନିକ ବିଜ୍ଞାନମୂଳକ ଶିକ୍ଷା ସହ ବେଦିକ ନୈତିକତା, ସ୍ୱାମୀଜୀଙ୍କ ଚିନ୍ତାଧାରାରୁ ପ୍ରେରଣା, ‘ବେଦକୁ ଫେରିବା’ ର ସନ୍ଦେଶ, ନାରୀ-ଶିକ୍ଷା ସମାନତା, ପ୍ରକୃତି ଉପାସନା, ମୂର୍ତ୍ତୀ ପୂଜା ବିରୋଧୀ ନୀତି, ଅନ୍ଧବିଶ୍ୱାସ ବିରୋଧୀ ନୀତି ଏବଂ ସର୍ବୋପରି ସାମାଜିକ କୁସଂସ୍କାର ବିରୋଧୀ ସଂଗ୍ରାମ ସନ୍ଦର୍ଭରେ ଆଲୋକପାତ କରିଥିଲେ । ଶିକ୍ଷକ ପଦ୍ମାସନ ସାହୁ ଦୟାନନ୍ଦଙ୍କ ଜୀବନ ଚରିତ ପାଠ କରିଥିଲେ ।
ଅଲେଖ ବିହାରୀ ସାହୁ, ନୀଳିମା ପଟେଲ, ଏସ.କେ. ସିରାଜୁଦ୍ଦିନ, ପବିତ୍ର ମୋହନ କବି, ନିତ୍ୟାନନ୍ଦ ସାହୁ, ପ୍ରମୋଦ ନାଥ, ସରିତା ମିଶ୍ର, ମୋନିକା ଶ୍ରୀବାସ୍ତବ, ଅନାମିକା ରାନୀ, ସୁକନ୍ୟା ମହାପାତ୍ର, ମନିଷା ଚାନ୍ଦ, ସୁନନ୍ଦା ପ୍ରହରାଜ, ଅଙ୍କିତା ସାହୁ, ସ୍ମିତା ସାହୁ ପ୍ରମୁଖ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।।
Comments are closed.