ଜଟିଳ ମେରୁଦଣ୍ଡ ରୋଗରେ ପୀଡ଼ିତ ୩ ବର୍ଷର ଶିଶୁ ସୁସ୍ଥ, ନୂଆ ଜୀବନ ଦେଲା ମଣିପାଲ ହସ୍ପିଟାଲ
ଭୁବନେଶ୍ୱର ୧୨। ୨ – : ବାଲେଶ୍ୱର ଜିଲ୍ଲାର ଜାଳେଶ୍ୱର ଅଞ୍ଚଳର ଜଣେ ୩ ବର୍ଷର ଶିଶୁର ଜଟିଳ ଜନ୍ମଜାତ ମେରୁଦଣ୍ଡ ରୋଗର ସଫଳ ଚିକିତ୍ସା କରିଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ହୋଇଛି। ଏହି ସଫଳ ଚିକିତ୍ସା ଦ୍ୱାରା ଶିଶୁଟି ନୂଆ ଜୀବନ ପାଇଛି ଏବଂ ସାରା ଜୀବନ ସ୍ନାୟୁ ଗତ ଅସୁବିଧା (ନର୍ଭ ଡାମେଜ୍) ହେବାର ଭୟ ଦୂର ହୋଇଛି।
ମଣିପାଲ ହସ୍ପିଟାଲର ଅଭିଜ୍ଞ ନ୍ୟୁରୋସର୍ଜନ ଡାକ୍ତର ରିତେଶ ଭୁତଙ୍କ ମତରେ ଶିଶୁଟି ‘ସ୍ପାଇନାଲ୍ ଲିପୋମାଇଲୋମେନିଙ୍ଗୋସିଲ୍’ ନାମକ ଏକ ଜଟିଳ ଜନ୍ମଜାତ ମେରୁଦଣ୍ଡ ରୋଗରେ ପୀଡ଼ିତ ଥିଲା। ଏହି ରୋଗରେ ମେରୁଦଣ୍ଡରେ ଚର୍ବି (ଫ୍ୟାଟ୍) ଜମି ସ୍ନାୟୁ ସହିତ ଲଗି ରହିଥାଏ, ଯାହା ଧୀରେ ଧୀରେ ସ୍ନାୟୁକୁ କ୍ଷତି କରେ। ଡାକ୍ତରଙ୍କ ମତରେ ଯଦି ସଠିକ୍ ସମୟରେ ଚିକିତ୍ସା ନହୁଏ, ତେବେ ପାଦ ଦୁର୍ବଳ ହେବା ସହିତ, ଅନୁଭୂତି କମିଯିବା, ଝାଡ଼ା ଓ ପରିସ୍ରାରେ ସମସ୍ୟା, ଏପରିକି ସାରା ଜୀବନ ପାଇଁ ପକ୍ଷାଘାତ (ପାରାଲିସିସ୍) ହେବାର ଆଶଙ୍କା ରହିଥାଏ।
ଜନ୍ମରୁ ଶିଶୁଟି ଝାଡ଼ା ଓ ପରିସ୍ରା କରିବାରେ ସମସ୍ୟା ଭୋଗୁଥିଲା। ଧୀରେ ଧୀରେ ତାଙ୍କ ବାମ ପାଦ ପତଳା ଓ ଜଟିଳ ହେବାକୁ ଲାଗିଲା। ଏହା ସ୍ନାୟୁ ଖରାପ ହେବାର ସ୍ପଷ୍ଟ ଲକ୍ଷଣ ଥିଲା। ଏଥିପାଇଁ ପିଲାଟିର ବାପା-ମାଆ ଅନେକ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ମଧ୍ୟ ଡାକ୍ତରଙ୍କ ତାଙ୍କୁ ୩ ବର୍ଷ ପରେ ଅପରେସନ୍ କରିବାକୁ ପରାମର୍ଶ ଦେଇଥିଲେ, ଯାହା ଫଳରେ ସେମାନେ ଚିକିତ୍ସାରେ ବିଳମ୍ବ କରିଥିଲେ। କିନ୍ତୁ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଡାକ୍ତରଙ୍କ ମତରେ ଏଭଳି ରୋଗରେ ୩ ମାସ ମଧ୍ୟରେ ଅପରେସନ୍ କରିବା ଉଚିତ୍। ଏହି ବିଳମ୍ବ ଯୋଗୁଁ ଅପରେସନ୍ ଅଧିକ ଜଟିଳ ହୋଇଯାଇଥିଲା ଓ ସାରା ଜୀବନ ପାଇଁ ପକ୍ଷାଘାତ (ପାରାଲିସିସ୍) ହେବାର ଆଶଙ୍କା ବଢ଼ିଯାଇଥିଲା।
ସଠିକ୍ ଓ ଭଲ ଚିକିତ୍ସା ପାଇଁ ପିଲାଟିର ମା–ବାପା ମଣିପାଲ ହସ୍ପିଟାଲ ଭୁବନେଶ୍ୱରକୁ ଆସିଥିଲେ। ସେଠାରେ ଶିଶୁଟିଙ୍କ ଚିକିତ୍ସା ଦାୟିତ୍ୱ ନେଲେ ଅଭିଜ୍ଞ ନ୍ୟୁରୋସର୍ଜନ୍ ଡାକ୍ତର ରିତେଶ ଭୂତ। ଏମ୍.ଆର.ଇ ଓ ଏକ୍ସ-ରେ ମାଧ୍ୟମରେ ସମ୍ପୂର୍ଣ୍ଣ ପରୀକ୍ଷା ପରେ ଏକ ଅତ୍ୟନ୍ତ ସୂକ୍ଷ୍ମ ଓ ଜଟିଳ ଅପରେସନ୍ ପାଇଁ ପରାମର୍ଶ ଦେଇଥିଲେ।
ଅପରେସନ୍ ସମୟରେ ଶିଶୁର ପିଠିର ସମସ୍ୟା ଥିବା ସ୍ଥାନରେ ସାବଧାନତାର ସହିତ ଅତ୍ୟାଧୁନିକ ମେସିନ୍ ସାହାର୍ଯ୍ୟରେ କାଟି ଜମିଥିବା ଚର୍ବି ଭାଗକୁ ନର୍ଭରୁ ଅଲଗା କରାଯାଇଲା। ନର୍ଭ ସହିତ ଲଗିଥିବା ଚର୍ବିକୁ କାଟି ବାହାର କରି ମେରୁଦଣ୍ଡକୁ ମୁକ୍ତ କରାଗଲା। ଏହି ଅପରେସନ୍ ପାଇଁ ଅତ୍ୟଧିକ ମେସିନ୍, ଆଧୁନିକ ସୁବିଧା ଓ ଅଭିଜ୍ଞ ଡାକ୍ତରୀ ଟିମ୍ ର ସମନ୍ୱୟ ଆବଶ୍ୟକ ଥିଲା। ଅପରେସନ୍ ପରେ ବର୍ତ୍ତମାନ ଶିଶୁଟି ସୁସ୍ଥ ହେଉଛି ଏବଂ ପୁନର୍ବାସ ବା ରିହାବିଲିଟେସନ୍ ରେ ତାର ଚିକିତ୍ସା ଚାଲିଛି।
ଏହି ଜଟିଳ ଅପରେସନ୍ କୁ ସଫଳ ଭାବରେ କରିଥିବା ମଣିପାଲ ହସ୍ପିଟାଲର ଅଭିଜ୍ଞ ନ୍ୟୁରୋସର୍ଜନ ଡାକ୍ତର ରିତେଶ ଭୁତଙ୍କ ମତରେ, “ସ୍ପାଇନାଲ୍ ଲିପୋମାଇଲୋମେନିଙ୍ଗୋସିଲ୍ ଏକ ଦୁର୍ଲଭ କିନ୍ତୁ ଗୁରୁତର ରୋଗ। ଶୀଘ୍ର ଏହି ରୋଗକୁ ଚିହ୍ନଟ କରି ଅପରେସନ୍ କଲେ ମେରୁଦଣ୍ଡରେ ଥିବା ସ୍ନାୟୁର କ୍ଷତିକୁ ରୋକିହେବ। ଏହି ଶିଶୁଟିର ବାପାମାଆ ଚିକିତ୍ସା କରିବାରେ ବିଳମ୍ବ କରିଥିବା ଯୋଗୁଁ ଅପରେସନ୍ ଜଟିଳ ଥିଲା, କିନ୍ତୁ ମଣିପାଲ ହସ୍ପିଟାଲରେ ଅତ୍ୟାଧୁନିକ ମେସିନ୍ ଓ ଅଭିଜ୍ଞ ଡାକ୍ତର ଓ ନର୍ସଙ୍କ ଟିମ୍ କାରଣରୁ ଆମେ ସଫଳ ହେଲୁ। ଏଭଳି ମାମଲା ଆମକୁ ଶିଖାଏ ଯେ ଶିଶୁମାନଙ୍କ ପାଇଁ ନ୍ୟୁରୋସର୍ଜରୀ ଚିକିତ୍ସା ଓ ଶୀଘ୍ର ଡାକ୍ତରୀ ସହାୟତା କେତେ ଜରୁରୀ। ଆମ ଲକ୍ଷ୍ୟ କେବଳ ଚିକିତ୍ସା ନୁହେଁ, ଶିଶୁମାନଙ୍କୁ ସାଧାରଣ ଓ ଜୀବନ ଦେବା।”
Comments are closed.