ହାଇକୋର୍ଟର ବଡ ନିଷ୍ପତି,ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା

Share It

କଟକ,୧୨/୦୨: ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ । କଟକ ସହରରେ ହୋଇ ପାରିବ ନାହିଁ ଲେଜର ଲାଇଟ ବ୍ୟବହାର । ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା । ରୋଷଣୀ ଆଦିରେ ଡିଜେ ବ୍ୟବହାର ନେଇ ମଧ୍ୟ ଲାଗିଲା କଟକଣା । ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ହୋଇ ପାରିବ ନାହିଁ । ୬୫ ଡେସିବିଲ ମଧ୍ୟରେ ରହିବ ଡିଜେ ସାଉଣ୍ଡ। ଏହାଠାରୁ ଅଧିକ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟାନୁଷ୍ଠାନ ନେବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । କଟକ ସହର ସମସ୍ୟା ମାମଲାର ଶୁଣାଣିରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ।


Share It

Comments are closed.