ଏନଏସଇର କୋଲ ଏକ୍ସଚେଞ୍ଜ ପ୍ରସ୍ତାବକୁ ମଞ୍ଜୁରି

Share It

ଭୁବନେଶ୍ୱର: ଏନଏସଇ ବୋର୍ଡ ପକ୍ଷରୁ ଏହାର ପ୍ରସ୍ତାବିତ ଆଇପିଓ (ଇନିସିଆଲ ପବ୍ଲିକ ଅଫରିଙ୍ଗ) ସମ୍ପର୍କିତ ପ୍ରମୁଖ ନିଷ୍ପତି ନିଆଯାଇଛି । ଯେଉଁଥିରେ ଏକ ଉତ୍ସର୍ଗୀକୃତ ଆଇପିଓ କମିଟିର ପୁନର୍ଗଠନ ମାଧ୍ୟମରେ ଏହାର ପରିଚାଳନା ଢାଂଚାକୁ ଅଧିକ ସୁଦୃଢ କରିବା ଅନ୍ତର୍ଭୁକ୍ତ ରହିଛି। ଏନଏସଇ ବୋର୍ଡ ନିୟାମକୀୟ ଅନୁମୋଦନ ଅନୁଯାୟୀ ଏକ କୋଲ୍ ଏକ୍ସଚେଞ୍ଜ ସ୍ଥାପନ କରିବା ପାଇଁ ଏକ ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥାର ଅନ୍ତର୍ଭୁକ୍ତୀକରଣକୁ ଅନୁମୋଦନ ଦେଇଛି।
ପୁନର୍ଗଠିତ ଆଇପିଓ କମିଟିରେ ଅନ୍ତର୍ଭୁକ୍ତ ଥିବା ସଦସ୍ୟମାନେ ହେଉଛନ୍ତି: ଶ୍ରୀ ତବଲେଶ ପାଣ୍ଡେ- ଅଧ୍ୟକ୍ଷ (ଅଣସ୍ୱାଧୀନ ନିର୍ଦ୍ଦେଶକ), ଶ୍ରୀ ଶ୍ରୀନିବାସ ଇଞ୍ଜେଟି- ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ), ପ୍ରଫେସର. (ଡଃ). ମମତା ବିଶ୍ୱାଳ – ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ), ଜଷ୍ଟିସ (ଅବସରପ୍ରାପ୍ତ) ଶ୍ରୀମତି ଅଭିଳାଷା କୁମାରୀ- ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ), ପ୍ରଫେସର.ଜି. ଶିବକୁମାର – ସଦସ୍ୟ (ଜନସ୍ୱାର୍ଥ ନିର୍ଦ୍ଦେଶକ) ଏବଂ ଶ୍ରୀ ଆଶିଷ କୁମାର ଚୌହାନ – ସଦସ୍ୟ (ପରିଚାଳନା ନିର୍ଦ୍ଦେଶକ ଓ ସିଇଓ) ଇତ୍ୟାଦି।
ଏହି ପ୍ରସ୍ତାବିତ ସହାୟକ ସଂସ୍ଥାର ନାମ ନ୍ୟାଶନାଲ କୋଲ୍ ଏକ୍ସଚେଞ୍ଜ, ଭାରତ କୋଲ୍ ଏକ୍ସଚେଞ୍ଜ କିମ୍ବା ଇଣ୍ଡିଆ କୋଲ୍ ଏକ୍ସଚେଞ୍ଜ ହୋଇପାରେ, ଯାହା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଅଟେ। ଏହି କୋଲ୍ ଏକ୍ସଚେଞ୍ଜକୁ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଅଧିସୂଚିତ କୋଲ୍ ରେଗୁଲେଶନ୍ସ, ୨୦୨୫ ସହ ସମନ୍ୱୟରେ ଅନ୍ତର୍ଭୁକ୍ତ କରାଯିବ। ଏନଏସଇ ପକ୍ଷରୁ ପ୍ରସ୍ତାବିତ କୋଲ୍ ଏକ୍ସଚେଞ୍ଜ ସବ୍‌ସିଡିଆରୀ ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗକୁ ମଞ୍ଜୁର କରାଯାଇଛି। ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ହେଉଛି ଭାରତର ଏକ ଅଗ୍ରଣୀ ଷ୍ଟକ୍ ମାର୍କେଟ ପ୍ଲାଟଫର୍ମ ଏବଂ ବିଶ୍ୱର ଅନ୍ୟତମ ସର୍ବବୃହତ ଡେରିଭେଟିଭ୍ ଏକ୍ସଚେଞ୍ଜ ଅଟେ।


Share It

Comments are closed.