Vastu Tips : ଶୋଇବା ବେଡ୍ ସାମ୍ନାରେ ରହିଛି କି ୱାଶରୁମ୍? ହୋଇପାରେ ବଡ଼ କ୍ଷତି, ତୁରନ୍ତ କରନ୍ତୁ ଏହି ପରିବର୍ତ୍ତନ
ଭୁବନେଶ୍ୱର: ଘରେ କୋଠରୀ ତିଆରି କରିବା ସମୟରେ ଲୋକମାନେ ବାସ୍ତୁ ନିୟମ ଉପରେ ବହୁତ ଧ୍ୟାନ ଦିଅନ୍ତି। ବାସ୍ତୁ ଅନୁଯାୟୀ ଯଦି ଆପଣଙ୍କ ଶୋଇବା ଘର (ବେଡରୁମ୍) ତିଆରି ହୋଇଥାଏ କିମ୍ବା ଜିନିଷପତ୍ର ଠିକ୍ ଭାବରେ ରଖାଯାଇଥାଏ, ତେବେ ଘରେ ସର୍ବଦା ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଆଜିକାଲି ଲୋକମାନେ ବେଡରୁମ୍ରେ ଅଟାଚ୍ଡ ୱାଶରୁମ୍ (ସଂଲଗ୍ନ ଗାଧୁଆ ଘର) ତିଆରି କରୁଛନ୍ତି।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆମ ଘରର ପ୍ରତ୍ୟେକ କୋଣ ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ। ବିଶେଷ କରି ଶୋଇବା ଘର ବା ବେଡରୁମ୍, ଯେଉଁଠାରେ ଆମେ ଦିନସାରାର ଥକ୍କାପଣ ମେଣ୍ଟାଇଥାଉ। କିନ୍ତୁ ଅନେକ ସମୟରେ ଜାଗା ଅଭାବରୁ ବା ଆଧୁନିକ ଡିଜାଇନ୍ ପାଇଁ ବେଡ୍ ସାମ୍ନାରେ ୱାଶରୁମ୍ ବା ଆଟାଚ୍ ବାଥରୁମ୍ ରହିଥାଏ। ବାସ୍ତୁ ଅନୁସାରେ ଏହା ଏକ ଗୁରୁତର ଦୋଷ।
କ’ଣ ହୋଇଥାଏ କ୍ଷତି?
-
ସ୍ୱାସ୍ଥ୍ୟ ଉପରେ ପ୍ରଭାବ: ବାସ୍ତୁ ଅନୁଯାୟୀ, ୱାଶରୁମ୍ରୁ ବାହାରୁଥିବା ନକରାତ୍ମକ ଶକ୍ତି ଶୋଇବା ସମୟରେ ସିଧାସଳଖ ଶରୀର ଉପରେ ପଡ଼ିଥାଏ। ଏହା ଦ୍ୱାରା ପେଟ ଜନିତ ସମସ୍ୟା, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଏବଂ ମାନସିକ ଚାପ ବଢ଼ିଥାଏ।
-
ଦାମ୍ପତ୍ୟ କଳହ: ବେଡ୍ ସାମ୍ନାରେ ବାଥରୁମ୍ ଥିଲେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଓ ଅଯଥା ଯୁକ୍ତିତର୍କ ହେବାର ସମ୍ଭାବନା ରହିଥାଏ।
-
ଆର୍ଥିକ ସଙ୍କଟ: ଶାସ୍ତ୍ର ଅନୁଯାୟୀ, ଏପରି ସ୍ଥିତିରେ ଘରକୁ ଆସୁଥିବା ଲକ୍ଷ୍ମୀ ବାହାରକୁ ଚାଲିଯାଆନ୍ତି ଏବଂ ଅଯଥା ଖର୍ଚ୍ଚ ବୃଦ୍ଧି ପାଏ।
ଆପଣାନ୍ତୁ ଏହି ସହଜ ପ୍ରତିକାର:
ଯଦି ଆପଣଙ୍କ ବେଡ୍ ସାମ୍ନାରେ ୱାଶରୁମ୍ ଅଛି ଏବଂ ଆପଣ ଏହାକୁ ହଟାଇ ପାରିବେ ନାହିଁ, ତେବେ ଏହି ପରିବର୍ତ୍ତନ କରନ୍ତୁ:
-
କବାଟ ସବୁବେଳେ ବନ୍ଦ ରଖନ୍ତୁ: ୱାଶରୁମ୍ ବ୍ୟବହାର ପରେ ଏହାର କବାଟକୁ ତୁରନ୍ତ ବନ୍ଦ କରନ୍ତୁ।
-
ଗାଢ଼ ରଙ୍ଗର ପରଦା: ବାଥରୁମ୍ କବାଟ ବାହାରେ ଏକ ମୋଟା କିମ୍ବା ଗାଢ଼ ରଙ୍ଗର ପରଦା ଲଗାନ୍ତୁ ଯେପରି ବାଥରୁମ୍ ଭିତର ଅଂଶ ବେଡ୍ରୁ ଦେଖାଯିବ ନାହିଁ।
-
ସମୁଦ୍ର ଲୁଣର ଚମତ୍କାର: ବାଥରୁମ୍ ଭିତରେ ଏକ କାଚ ପାତ୍ରରେ କିଛି ସମୁଦ୍ର ଲୁଣ (Sea Salt) ରଖନ୍ତୁ। ଏହା ସେଠାକାର ନକରାତ୍ମକ ଶକ୍ତିକୁ ଶୋଷିନେବ। ପ୍ରତି ୧୫ ଦିନରେ ଏହି ଲୁଣକୁ ବଦଳାନ୍ତୁ।
-
ଉଦ୍ଭିଦ ରଖନ୍ତୁ: ଯଦି ସମ୍ଭବ ବାଥରୁମ୍ କବାଟ ପାଖରେ ଏକ ଛୋଟ ଇଣ୍ଡୋର ପ୍ଲାଣ୍ଟ ରଖନ୍ତୁ, ଯାହା ନକରାତ୍ମକ ବାୟୁକୁ ସଫା କରିବାରେ ସାହାଯ୍ୟ କରିବ।
ଏହି ଛୋଟ ଛୋଟ ପରିବର୍ତ୍ତନ ଆପଣଙ୍କ ଜୀବନକୁ ସକରାତ୍ମକ କରିବା ସହ ଘରେ ଶାନ୍ତି ବଜାୟ ରଖିବାରେ ସହାୟକ ହେବ।
Comments are closed.