ଅଷ୍ଟ୍ରେଲିଆରୁ ଫେରି ଦୋକାନରୁ ଚୋରି କରୁଥିଲେ ଦେଶୀ ଘିଅ ଆଉ ମହୁ , ଗିରଫ ହେଲା ଅଭିଯୁକ୍ତ
ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଏକ ଚୋରି ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ପ୍ୟାଣ୍ଟରେ ମହୁ ଏବଂ ଘିଅ ବୋତଲକୁ ଚୋରି କରି ନେବା ପାଇଁ ଯୋଜନା କରୁଥିଲେ । ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତର ପରିଚୟ ଅଶ୍ୱନୀ ଓରଫ ଏବଂ ଆଶୁ ଭାଟିଆ ଅଟେ, ଯିଏକି ହରିୟାଣାର କର୍ଣ୍ଣଲ ସହରର ମୋତି ନଗରର ନିବାସୀ ଅଟେ ।
ଏହି ଘଟଣା ରେଲୱେ ରୋଡସ୍ଥିତ ଏକ କିରାଣୀ ଷ୍ଟୋରରେ ଦେଖିବାକୁ ମିଳିଛି, ଯେଉଁଠାରେ ଆଶୁ ସୋମବାର ସନ୍ଧ୍ୟାରେ ଚୋରି କରିଥିଲେ । ମିଳିଥିବା ସୂଚନା ମୁତାବକ ଉକ୍ତ ବ୍ୟକ୍ତି ଜଣକ ଅଷ୍ଟ୍ରେଲିଆରୁ ଟୁରିଷ୍ଟ ଭିସା ଯୋଗେ ଫେରିଥିଲେ ଏବଂ ଏକ ସପ୍ତାହ ପୂର୍ବରୁ ଏଠାରେ ଆସି ପଂହଚିଥିଲେ । ତାଙ୍କ ଉପରେ ଷ୍ଟୋର କର୍ମଚାରୀଙ୍କ ପ୍ରଥମରୁ ସନ୍ଧେହ ଥିଲା କାରଣ ସେ ପ୍ରଥମରୁ ଅନେକ ଥର ସନ୍ଦେହଜନିତ କାର୍ଯ୍ୟ କରି ସାରିଛନ୍ତି ।
ଆଶୁ ନାମକ ଉକ୍ତ ବ୍ୟକ୍ତି ଜଣକ ଯେତେବେଳେ ମ୍ୟାଗିର ବିଲ କାଟିବାକୁ ଗଲେ ସେତେବେଳେ ଷ୍ଟୋର କର୍ମଚାରୀ ତାଙ୍କ ଉପରେ କଡା ନଜର ରଖିଥିଲେ । କର୍ମଚାରୀ ଦେଖିଥିଲେ ଯେ, ପ୍ୟାଣ୍ଟ ପକେଟ ଭିତରେ ଆଉ କିଛି ଜିନିଷ ଲୁଚି ରହିଥିବାର , ଯେତେବେଳେ ସେ ବାହାରକୁ ଯିବାକୁ ବାହାରିଥିଲେ ସେତେବେଳେ କର୍ମଚାରୀ ତାଙ୍କୁ ଅଟକାଇ ଏବଂ ପକେଟ ଓ ପ୍ୟାଣ୍ଟ ଭିତରୁ ଚୋରି ସାମଗ୍ରୀ ବାହାର କରିଥିଲେ । ଜବତ ହୋଇଥିବା ସାମଗ୍ରୀ ଭିତରୁ ପାଖାପାଖି ଅଢେଇ ହଜାର ଟଙ୍କାର ଦେଶୀ ଘିଅ , ୫୦୦ ଟଙ୍କାର ମହୁ, କ୍ୟାଚ୍ଅଫ ଓ ଅନ୍ୟାନ୍ୟ ତେଜରାତି ବସ୍ତୁ ଥିଲା । ଏହି ଘଟଣାକୁ କର୍ମଚାରୀ ସଂପୂର୍ଣ୍ଣ ଭିଡିଓ କରିଥିଲେ ଏବଂ ଏଥିରେ ଉକ୍ତ ବ୍ୟକ୍ତି ନିଜ ଭୁଲ ସ୍ୱୀକାର ମଧ୍ୟ କରୁଥିବାର ନଜର ଆସିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ , ଆଶୁଙ୍କର ଏହା ପ୍ରଥମ ଅପରାଧ ନୁହେଁ । ଏହା ପୂର୍ବରୁ ସେ ଏହି ଷ୍ଟୋରରେ ୩ ଥର ଚୋରି କରିସାରିଥିଲେ ଏବଂ ମିରଠର ଏକ ଷ୍ଟୋରରେ ଚା’ ପତି ଚୋରି କରିଥିବା ଜାଣିବାକୁ ମିଳିଥିଲା ।
Comments are closed.