ଲାଞ୍ଚ ମାଗୁଥିଲେ ନାଲି କୋଠା ଦେଖିବେ ବାବୁ:ରାଜସ୍ବ ମନ୍ତ୍ରୀ

Share It

ଭୁବନେଶ୍ଵର,୧୦/୦୨:ସାଧାରଣ ନାଗରିକ ହେଉଛନ୍ତି VIP । ସେମାନେ ମାଲିକ ।ଅଫିସକୁ ଆସିଲେ ଚୌକି ଦେବା ପିଇବାକୁ ପାଣି ଦେବା ଏସବୁ ସଂସ୍କାର ପାଇଁ ବିଭାଗ କହିଛି ।ଦୁର୍ନୀତି ସମସ୍ୟା ଅଛି ଏହା ଅଭ୍ୟାସ ରେ ପରିଣତ ହେଇଛି ।ଏହାକୁ ବନ୍ଦ ପାଇଁ ରାଜସ୍ବ ବିଭାଗ ବିଭିନ୍ନ ସଂସ୍କାର କରାଯିବ | ପୁରା ରାଜସ୍ବ ବିଭାଗ କୁ ଦୁର୍ନୀତି ମୁକ୍ତ କରାଯିବ ।ଭଲ କାମ କଲେ ଭଲ ଜାଗାରେ ପୋଷ୍ଟିଙ୍ଗ କରାଯିବ ।୩00 OAS ଅଫିସର ଙ୍କ ବିରୁଦ୍ଧରେ ପ୍ରୋସିଡିଙ୍ଗ କଲୁ । ରାଜସ୍ବ ଅଧିକାରୀ ଙ୍କୁ ସସ୍ପେଣ୍ଡ କଲୁ ।ବହୁ ଲୋକ ଗିରଫ ହୋଇ ଜେଲ ଗଲେ । ଆଇନ ଅଛି । ପ୍ରତ୍ୟେକ ଦିନ କେଉଁ ସେବା ହେଲା ଆମ ଅଫିସକୁ ଡାଟା ଆସୁଛି ।ମତେ ସିଧା ଫୋନ କରି ଲୋକେ ଅଭିଯୋଗ କରୁଛନ୍ତି କିଛି ସମୟ ବିଳମ୍ବ ହୋଇପାରେ କିନ୍ତୁ କାହାକୁ ଲାଞ୍ଚ ଦିଅନ୍ତୁ ନାହିଁ  ସରକାର ପ୍ରସ୍ତୁତ ଅଛନ୍ତି ବିନା ଲାଞ୍ଚ ରେ ରାଜସ୍ବ ସେବା ଦେବାପାଇଁ ।ଯିଏ ପଇସା ମାଗିବ ମତେ ଜଣାନ୍ତୁ ।


Share It

Comments are closed.