କାର୍ ଦୁର୍ଘଟଣାରେ ପରିବାରର ୨ ମୃତ, ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Share It

ବ୍ରହ୍ମପୁର ,୦୮/୦୨:ଚିକିଟି ସୁନପୁରରୁ ବିଶାଖାପାଟଣା ଗଲାବେଳେ ଭୟଙ୍କର ଦୁର୍ଘଟଣା । ଆଇଚରରେ ପିଟିହେଲା କାର୍ । ଦୁର୍ଘଟଣାରେ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁନପୁରରୁ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ଯିବା ବେଳେ ଆନ୍ଧ୍ରପ୍ରଦେଶ ନନ୍ଦିଗ୍ରାମରେ ଦୁର୍ଘଟଣା ହୋଇଥିଲା । ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏ ସହାୟତା ଘୋଷଣା କରିଛନ୍ତି ।


Share It

Comments are closed.