ରାଜଧାନୀରେ ହାଇଟେକ୍ ଚୋର,ବରଯାତ୍ରୀ ବେଶରେ ଆସି ଲୁଟିନେଲେ ୩ ଲକ୍ଷ ଟଙ୍କା ସହ କନ୍ୟାର ଭ୍ୟାନିଟି

Share It

ଭୁବନେଶ୍ୱର,୦୮/୦୨:ରାଜଧାନୀରେ ଚାଞ୍ଚଲ୍ୟ।ବରଯାତ୍ରୀ ବେଶରେ ଆସିଲେ ୩ଲକ୍ଷ ଟଙ୍କା ଲୁଟିନେଲେ ।ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ଏକ ତାରକା ହୋଟେଲରେ। ବାହାଘର ଅବସରରେ ବରଯାତ୍ରୀ ବେଶରେ ଆସିଥିବା ଦୁର୍ବୃତ୍ତମାନେ ଚତୁରତାର ସହିତ ଲୁଟ୍ କରି ଫେରାର ହୋଇଯାଇଛନ୍ତି ।

କେମିତି ଘଟିଲା ଘଟଣା?
ସୂଚନାନୁସାରେ,ବରଯାତ୍ରୀ ବେଶରେ ହୋଟେଲକୁ ପ୍ରବେଶ କରିଥିଲେ ଏହି ହାଇଟେକ୍ ଚୋର ।ପ୍ରଥମେ ସାଧାରଣ ଅତିଥି ଭଳି ଭୋଜନରେ ଯୋଗଦେଲେ ଆଉ ତାପରେ ସୁଯୋଗ ଦେଖି କନ୍ୟାଙ୍କୁ ମିଳିଥିବା ଗିଫ୍ଟ ଓ ଟଙ୍କା ଥିବା ଭ୍ୟାନିଟି ନେଇ ଚମ୍ପଟ ହୋଇଥିଲେ ଏହି ଚୋର।ଯାହାର ସମସ୍ତ ଦୃଶ୍ୟ CCTVରେ କଏଦ ହେବା ସହ ପୋଲିସ ଫୁଟେଜ୍ ସବୁକୁ ଯାଞ୍ଚ କରୁଛି ।ଏପଟେ ଲୁଟର ଶିକାର ହୋଇଥିବା ପରିବାର ପକ୍ଷରୁ ନୟାପଲ୍ଲୀ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ।


Share It

Comments are closed.