ରାଜଧାନୀରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ
ଭୁବନେଶ୍ଵର,୦୬/୦୨:ରାତି ଅଧରେ ରାଜଧାନୀରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ । ଭୁବନେଶ୍ବର ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଏକ ହୋଟେଲରେ ହାଇ ଡ୍ରାମା । ଗତକାଲି ରାତିରେ କିଛି ଦୁର୍ବୃତ୍ତ ହୋଟେଲକୁ ଆସି ରୁମ୍ ମାଗିଥିଲେ। ରୁମ୍ ଫାଙ୍କା ନଥିବା କହିଥିଲେ ହୋଟେଲ ମ୍ୟାନେଜର ।
ମନା କରିବାରୁ ହୋଟେଲରେ ଭଙ୍ଗାରୁଜା ସହ କ୍ରମଚାରୀଙ୍କି ମାଡ଼ ମାରି ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ। ଏହାପରେ ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ କରିଥିଲେ । ସ୍କର୍ପିଓ ସହ ୪ ଅପହରଣକାରୀଙ୍କୁ କାବୁ କରିଛି ଖଣ୍ଡଗିରି ଥାନା ପୋଲିସ । ହୋଟେଲ ମାଲିକଙ୍କ ସହ କର୍ମଚାରିଙ୍କୁ ଅଧିକ ପଚରାଉଚରା ସହ ହୋଟେଲର ରେଜିଷ୍ଟର ଯାଞ୍ଚ କରିଛି ପୋଲିସ ।
Comments are closed.