ପରୀକ୍ଷା ପେ ଚର୍ଚ୍ଚା: ବିଦ୍ୟାର୍ଥୀ ହେଉଛନ୍ତି ସଶକ୍ତ, ପରିବର୍ତ୍ତନ ହେଉଛି ଜୀବନ

Share It

ଭୁବନେଶ୍ୱର ୦୬/୦୨:ଆଜି ‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି)ର ୯ମ ସଂସ୍କରଣ ।ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବା ଲାଗି ପ୍ରେରିତ କରିବା ଲାଗି ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’।

ସକାଳ ୧୦ଟାରେ ସାରା ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ ମୋଦି ସିଧାସଳଖ ଆଲୋଚନା କରିବେ । ପରୀକ୍ଷା ପାଖେଇ ଆସୁଥିବାବେଳେ ପରୀକ୍ଷା ପେ ଚର୍ଚ୍ଚା ବି ପୁଣି ଫେରିଛି । ଏଥର ଦେବମୋଗ୍ରା, କୋଏମ୍ବାଟୁର, ରାୟପୁର, ଗୌହାଟୀ ଏବଂ ଦିଲ୍ଲୀ ସ୍ଥିତ ୭, ଲୋକ କଲ୍ୟାଣ ମାର୍ଗରେ ପରୀକ୍ଷା ଯୋଦ୍ଧାଙ୍କ ସହ ଆଲୋଚନା ହେବ।ସକାଳ ୧୦ଟାରୁ ହେବ ପ୍ରସାରଣ ହେବା ଚିନ୍ତା- ମୁକ୍ତ ପରୀକ୍ଷା ଓ ଅନ୍ୟ ପ୍ରସଙ୍ଗ ଉପରେ ଟିପ୍ସ ଦେବେ ପ୍ରଧାନ ମନ୍ତ୍ରୀ।

ଏପଟେ ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ସମ୍ବାଦ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ମିଶି ପରୀକ୍ଷା ପେ ଚର୍ଚ୍ଚା’ର ସିଧାପ୍ରସାରଣ ଦେଖିବେ । ଏଥିପାଇ ଭୁବନେଶ୍ୱର ୟୁନିଟ-୧ ହାଇସ୍କୁଲ ପରିସରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସିଧାପ୍ରସାରଣ ପରେ ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି।


Share It

Comments are closed.