ଭୁବନେଶ୍ୱରରେ ବଲିଉଡ ଷ୍ଟାର ମନୋଜ ପାହୱା ଏବଂ କୁମୁଦ ମିଶ୍ରଙ୍କ ଦ୍ଵାରା ଫିଲ୍ମ ‘ଅଶି’ ଚଳଚ୍ଚିତ୍ରର ପ୍ରଚାର
ଭୁବନେଶ୍ୱର,୦୫/୦୨: ଆଗାମୀ ହିନ୍ଦୀ ଚଳଚ୍ଚିତ୍ର ‘ଅଶି’ର ପ୍ରଚାର ଅଭିଯାନର ଏକ ଅଂଶ ଭାବରେ, ଜଣାଶୁଣା ଅଭିନେତା ମନୋଜ ପାହୱା ଏବଂ କୁମୁଦ ମିଶ୍ର ଭୁବନେଶ୍ୱର ଗସ୍ତ କରିଛନ୍ତି। ସେମାନେ ଏଠାରେ ବିଭିନ୍ନ ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଏବଂ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ତଥା ଡିଜିଟାଲ୍ ଇନଫ୍ଲୁଏନ୍ସରମାନଙ୍କ ସହ ମିଶିଥିଲେ।
ଏହି ପ୍ରଚାର କାର୍ଯ୍ୟକ୍ରମ ‘ମଡର୍ଣ୍ଣ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଂଟ’ (ଏମଆଇଟିଏମ) ପରିଦର୍ଶନରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ଅଭିନେତାମାନେ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତା ହୋଇ ସିନେମା, କାହାଣୀ କହିବାର ଶୈଳୀ ଏବଂ ବର୍ତମାନ ସମୟରେ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଚଳଚ୍ଚିତ୍ରର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କଠାରୁ ଏହାକୁ ବେଶ୍ ଭଲ ପ୍ରତିକ୍ରିୟା ମିଳିଛି ।
ପରେ ମହାରାଜା ହଲ୍ରେ ‘ଅଶି’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଥିଲା ଏବଂ ଏହା ପରେ ଗଣମାଧ୍ୟମ ସହ ଏକ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଅଭିନେତାମାନେ ଚଳଚ୍ଚିତ୍ର, ସେମାନଙ୍କ ଚରିତ୍ର ଏବଂ ‘ଅଶି’ ପରଦାକୁ ଆଣୁଥିବା ଶକ୍ତିଶାଳୀ କାହାଣୀ ବିଷୟରେ ବିସ୍ତୃତ ଭାବରେ କହିଥିଲେ ।
ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଇ ମନୋଜ ପାହୱା କହିଛନ୍ତି, “ଅଶି କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏହା ଆମ ସମାଜର ଏକ ପ୍ରତିଛବି । ଏହା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି ଏବଂ ଆମକୁ କିଛି ଅସହଜ ସତ୍ୟକୁ ସଚ୍ଚୋଟତାର ସହ ଦେଖିବାକୁ ଅନୁରୋଧ କରିଛି । ଏଭଳି କାହାଣୀର ଅଂଶ ହେବା ଅତ୍ୟନ୍ତ ସନ୍ତୋଷଜନକ ଅଟେ ।”
ଆହୁରି ମଧ୍ୟ ଅଭିନେତା କୁମୁଦ ମିଶ୍ର କହିଛନ୍ତି, “ଏହି ଚଳଚ୍ଚିତ୍ରଟି ସାହସିକ, ପ୍ରାସଙ୍ଗିକ ଏବଂ ଭାବପ୍ରବଣ ଅଟେ । ଅଶି ଏମିତି କିଛି ପ୍ରସଙ୍ଗ ବିଷୟରେ କଥା କୁହେ ଯାହା ପ୍ରାୟତଃ ଶୁଣାଯାଏ ନାହିଁ ଏବଂ ସିନେମାରେ ସେହି ସ୍ୱରକୁ ଜୋରଦାର କରିବାର ଶକ୍ତି ଅଛି । ଆମେ ଆଶା କରୁଛୁ ଦର୍ଶକମାନେ ଏହାର ବାର୍ତା ସହିତ ନିଜକୁ ଯୋଡିପାରିବେ ।”
ଏହି ଗସ୍ତରେ ଏକ ଇନଫ୍ଲୁଏନ୍ସର ଏନଗେଜମେଂଟ ସେସନ୍ ମଧ୍ୟ ଅନ୍ତର୍ଭୁକ୍ତ ଥିଲା, ଯେଉଁଠାରେ ଲୋକପ୍ରିୟ ଡିଜିଟାଲ୍ କ୍ରିଏଟରମାନେ ଚଳଚ୍ଚିତ୍ରର ବିଷୟବସ୍ତୁ, ଅଭିନୟ ଏବଂ ଯୁବ ପିଢିଙ୍କ ସହ ଏହାର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ।
ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଥିବା ‘ଅଶି’ର ନିର୍ଦ୍ଦେଶନା ଅନୁଭବ ସିହ୍ନା ଦେଇଛନ୍ତି ଏବଂ ଏହା ଏହାର ଦୃଢ ସାମାଜିକ ମନ୍ତବ୍ୟ ତଥା ଚିନ୍ତାଜନକ କାହାଣୀ ପାଇଁ ଜଣାଶୁଣା । ଗୁଲଶନ କୁମାର ଏବଂ ଟି-ସିରିଜ ଦ୍ୱାରା ବନାରସ ମିଡିଆୱାର୍କସ ସହଯୋଗରେ ଉପସ୍ଥାପିତ ଏହି ଚଳଚ୍ଚିତ୍ର ଏକ ଶକ୍ତିଶାଳୀ ସିନେମା ଅଭିଜ୍ଞତା ଦେବାର ପ୍ରତିଶ୍ରୁତି ଦେଇଥାଏ, ଯାହା ପାରମ୍ପରିକ କାହାଣୀଗୁଡିକୁ ଚ୍ୟାଲେଞ୍ଜ କରେ । ‘ଅଶି’ ଆସନ୍ତା ଫେବୃଆରୀ ୨୦ ତାରିଖରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଛି ।
Comments are closed.