ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ

Share It

ଭୁବନେଶ୍ୱର,୦୫/୦୨: ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ରାଜ୍ୟର ମୋଟ ୧୧ଟି ଜିଲ୍ଲାର ୨୫ଟି ସ୍ଥାନର ଇଂରାଜୀ ନାମରେ ମଧ୍ୟ ପରିବର୍ତ୍ତନ କରାଯିବ। ଏନେଇ ରାଜସ୍ବ ଓ ବିପଦ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିକି ସମସ୍ତ ଇଂରାଜୀ ନାମ ଓଡ଼ିଆ ଉଚ୍ଚାରଣ ଓ ଲେଖନ ଅନୁସାରେ ରଖାଯିବ।ଏହା ଦ୍ୱାରା ଓଡ଼ିଆ ଭାଷା ଓ ସାଂସ୍କୃତିକ ପରିଚୟକୁ ଅଧିକ ସୁଦୃଢ଼ କରାଯିବା ଲକ୍ଷ୍ୟ ରଖାଯାଇଛି।
📌 ନାମ ପରିବର୍ତ୍ତନର କିଛି ଉଦାହରଣ

Khordha → Khurda (ଖୋରଧା)
Deogarh → Debagarh (ଦେବଗଡ଼)

ଏଣିକି “Deo­garh” ପରି ପୁରୁଣା ଇଂରାଜୀ ନାମ ବ୍ୟବହାର ହେବ ନାହିଁ।ରାଜସ୍ବ ବିଭାଗ ସୂଚନା ଅନୁସାରେ, ପ୍ରସ୍ତାବିତ ନାମ ସଂଶୋଧନ ଉପରେ ଯଦି କୌଣସି ଆପତ୍ତି ଆସୁନଥାଏ, ତେବେ ଆଧିକାରିକ ଭାବେ ସମସ୍ତ ନାମ ପରିବର୍ତ୍ତନ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନ ସରକାରୀ ଦଲିଲପତ୍ର, ମାପ୍, ସାଇନ୍‌ବୋର୍ଡ ଏବଂ ଅନ୍ୟାନ୍ୟ ରେକର୍ଡରେ ଲାଗୁ ହେବ।ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଓଡ଼ିଆ ଭାଷାପ୍ରେମୀ ଓ ସାହିତ୍ୟିକ ମହଳରେ ସ୍ୱାଗତ କରାଯାଉଛି।


Share It

Comments are closed.