ଭୁବନେଶ୍ଵର,୦୫/୦୨: ଓଡିଶାକୁ ବିଶ୍ବସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଆଜିଠାରୁ ଭୁବନେଶ୍ବରରେ ବ୍ଲାକସ୍ବାନ ସମିଟ୍ ଆରମ୍ଭ ହେଉଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଆନ୍ତର୍ଜାତୀୟ ସମିଟ୍ରେ ଅର୍ଥନୀତି, ଫାଇନାନ୍ସ, ଟେକ୍ନଲୋଜି, ଶିକ୍ଷା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରର ୧୦୦ରୁ ଅଧିକ ଜାତୀୟ ଓ ବିଶ୍ବସ୍ତରୀୟ ନେତୃତ୍ବ ଯୋଗ ଦେବେ।
ସମିଟ୍ରେ ବିଶ୍ବସ୍ତରୀୟ ଉଦ୍ୟୋଗୀ, ନିବେଶକାରୀ ଓ ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହୋଇ ଡିଜିଟାଲ ଫାଇନାନ୍ସର ଭବିଷ୍ୟତ, ନବୀନ ପ୍ରଯୁକ୍ତି, ଏଆଇ ଓ ଫିନଟେକ୍ ଉପରେ ଆଲୋଚନା କରିବେ। ଏହି ସମ୍ମିଳନୀରେ ୨୪ଟି ଦେଶର ୧୭ ଶହରୁ ଅଧିକ ପ୍ରତିନିଧି ଏବଂ ୫ଟି ମହାଦେଶରୁ ପ୍ରାୟ ଶହେ ଜଣ ବକ୍ତା ଅଂଶଗ୍ରହଣ କରିବେ।ଏହି ସମିଟ୍ରେ ସାମିଲ ହେବାକୁ ଥିବାବେଳେ ନିଯୁକ୍ତି ସୃଷ୍ଟି, ଚାକିରୀ ସୁଯୋଗ, ଦକ୍ଷତା ବିକାଶ ଓ ବିଶ୍ବ ଦକ୍ଷତା କେନ୍ଦ୍ର ଉପରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରଭାବ ନେଇ ଗଭୀର ମାନସମନ୍ଥନ ହେବ।
ରାଜ୍ୟ ସରକାର ଓ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନଲୋଜି ନେଟୱର୍କର ମିଳିତ ସହଯୋଗରେ ଆୟୋଜିତ ଏହି ସମିଟ୍କୁ ଓଡିଶା ପାଇଁ ଏକ ମାଇଲ୍ସ୍ଟୋନ୍ ଭାବେ ଦେଖାଯାଉଛି। ସମିଟ୍ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
Comments are closed.