ଅପେକ୍ଷାର ହେଲା ଅନ୍ତ, ଆସୁଛି ‘ଧୁରନ୍ଧର ସିକ୍ୱେଲ : ଦ ରିଭେଞ୍ଜ’
ହାଇଦ୍ରାବାଦ,୦୩/୦୨: ଦୀର୍ଘ ଅପେକ୍ଷା ପରେ ଶେଷରେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ସୁପରହିଟ୍ ଫିଲ୍ମ ‘ଧୁରନ୍ଧର’ ପରେ ଏହାର ସିକ୍ୱେଲ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଭାରି ଉତ୍ସାହ ଥିଲା। ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ପାର୍ଟ–2ର ଅଫିସିଆଲ ଟାଇଟଲ ଘୋଷଣା କରି ଏହି ଅପେକ୍ଷାର ଅନ୍ତ କରିଛନ୍ତି।
ସିକ୍ୱେଲ୍ର ନାମ ହେଉଛି —‘ଧୁରନ୍ଧର: ଦ ରିଭେଞ୍ଜ’
ହେଲେ କେବେ ଆସିବ ‘ଧୁରନ୍ଧର: ଦ ରିଭେଞ୍ଜ’ର ଟିଜର?
ବଲିଉଡ୍ ଅଭିନେତା ରଣଵୀର ସିଂ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ରଣଵୀର ଲାଲ ରଙ୍ଗର, ରକ୍ତ ଭିଜା ପାଣି ମଧ୍ୟରେ ଏକ ଭୟଙ୍କର ଓ ଆକ୍ରମକ ଅବତାରରେ ନଜର ଆସୁଛନ୍ତି।
ପୋଷ୍ଟରର ଉପର ଭାଗରେ 19.03.26 ତାରିଖ ସ୍ପଷ୍ଟ ଭାବେ ଲେଖାଯାଇଥିବା ବେଳେ କ୍ୟାପସନରେ ରଣଵୀର ଲେଖିଛନ୍ତି “ଅବ ବିଗଡନେ କା ୱକ୍ତ ଆ ଗୟା ହୈ।”ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ —‘ଧୁରନ୍ଧର: ଦ ରିଭେଞ୍ଜ’ ଟିଜର ଆଜି ଦିନ 12:12ରେ
ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ସାରା ବିଶ୍ୱରେ ଏକାସାଙ୍ଗରେ ମୁକ୍ତିଲାଭ କରିବ।
ବକ୍ସ ଅଫିସରେ ‘ଧୁରନ୍ଧର’ର ଐତିହାସିକ ସଫଳତା
ଡିସେମ୍ବର 5, 2025ରେ ମୁକ୍ତିଲାଭ କରିଥିବା ‘ଧୁରନ୍ଧର’ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଥିଲା। ବିଶ୍ୱବ୍ୟାପୀ ଆୟ: 1328.23 କୋଟି ଟଙ୍କାରୁ ଅଧିକ ରହିଥିବା ବେଳେ ଭାରତୀୟ ବକ୍ସ ଅଫିସ: ପ୍ରାୟ 900 କୋଟି ଟଙ୍କା କମାଇଥିଲା ।
‘ଧୁରନ୍ଧର’ ଏହି ସମସ୍ତ ତାରକାଙ୍କ କ୍ୟାରିଅରର ସର୍ବାଧିକ ଆୟକାରୀ ଫିଲ୍ମ ଭାବେ ମଧ୍ୟ ପରିଚିତ। ଏହା ବଲିଉଡର ଦ୍ୱିତୀୟ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର, ଯାହା ଆମୀର ଖାନଙ୍କ ‘ଦଙ୍ଗଲ’ ପରେ ଥାଇ, ଶାହାରୁଖ ଖାନଙ୍କ ‘ଜବାନ’ ଓ ‘ପଠାନ’କୁ ପଛରେ ପକାଇଦେଇଛି।
Comments are closed.