ବିରଜାକ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଯାଜପୁର,୦୩/୦୨: ଯାଜପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଏପଟେ ଫୁଲରେ ସଜେଇ ହୋଇଛି ବିରଜା କ୍ଷେତ୍ର ଯାଜପୁର ।ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ଯାଜପୁରରେ ଅବତରଣ କରିଥିବାବେଳେ, ସେଠାରେ ଜିଲ୍ଲା ପ୍ରଶାସନ ଓ ସୁରକ୍ଷା ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।ହେଲିପ୍ୟାଡ୍ରୁ ରାଷ୍ଟ୍ରପତି ସ୍ବତନ୍ତ୍ର କାରକେଡ୍ରେ ଯାଜପୁର ସହରକୁ ପ୍ରବେଶ କରିବା ସହ ମା’ ବିରଜାଙ୍କ ଦର୍ଶନ କରିଛନ୍ତି ସହ ପୂଜାର୍ଚ୍ଚନା କରିଛନ୍ତି।
ରାଷ୍ଟ୍ରପତିଙ୍କ ଏହି ଯାତ୍ରାକୁ ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ତାଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ସେ ନାଭିଗୟାରେ ପିଣ୍ଡଦାନ କରି ପିତୃପକ୍ଷର ଧାର୍ମିକ କ୍ରିୟାକର୍ମ ସମ୍ପନ୍ନ କରିବେ। ପରେ ମା’ ବିରଜାଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ।
ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଯାଜପୁର ସହରରେ ଉତ୍ସାହର ପରିବେଶ ଦେଖାଯାଇଛି। ରାସ୍ତାଘାଟ, ମନ୍ଦିର ପରିସର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇଥିବାବେଳେ, ସୁରକ୍ଷା ପାଇଁ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ରହିଛନ୍ତି।
Comments are closed.