ଆପଣଙ୍କ ପାଇଁ ଦିନଟି କିପରି ରହିବ,ଜାଣିରଖନ୍ତୁ ଆଜିର ରାଶିଫଳ

Share It


ମେଷ: ଆଜି କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ। ବ୍ୟବସାୟ ଓ ଯାତାୟାତ ସମ୍ବନ୍ଧୀୟ କାମରେ ଲାଭ ହେବ। ପୁରୁଣା ଅଟକିଥିବା ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି।
ବୃଷ :ସହକର୍ମୀଙ୍କୁ ସହଯୋଗ କରି ମନରେ ସନ୍ତୋଷ ଆସିବ। ସମ୍ପତ୍ତି ବିଷୟରେ ଛୋଟ ମତଭେଦ ହୋଇପାରେ, କିନ୍ତୁ ଧୈର୍ଯ୍ୟ ଧରିଲେ ସମସ୍ୟା ଶାନ୍ତ ହେବ। ଖର୍ଚ୍ଚ ଅଳ୍ପ ବଢ଼ିପାରେ।
ମିଥୁନ :ନୂତନ କାମ କିମ୍ବା ଚାକିରି ପାଇଁ ଚେଷ୍ଟା ସଫଳ ହୋଇପାରେ। କିଛି କାମରେ ବିଳମ୍ବ ହେଲେ ମଧ୍ୟ ଆର୍ଥିକ ଲାଭର ସୁଯୋଗ ମିଳିବ। ଧୈର୍ଯ୍ୟ ରଖନ୍ତୁ।
କର୍କଟ: ହଠାତ୍ ଭଲ ଖବର ମିଳି ମନ ଖୁସି ହେବ। ଯାତ୍ରା ଯୋଗ ଥିଲେ ମଧ୍ୟ କ୍ଲାନ୍ତି ଅନୁଭବ କରିପାରନ୍ତି। ବନ୍ଧୁମାନଙ୍କ ସହଯୋଗ ଆପଣଙ୍କୁ ସଫଳତା ଦେବ।

ସିଂହ:ଧୀରେ ଧୀରେ କାମ କରି ଲକ୍ଷ୍ୟ ପ୍ରାପ୍ତି ହେବ। ସମାଜରେ ସମ୍ମାନ ବଢ଼ିବ। ଅନ୍ୟମାନଙ୍କ ମିଠା କଥାରେ ସହଜରେ ପ୍ରଭାବିତ ହେବାରୁ ସତର୍କ ରୁହନ୍ତୁ।

କନ୍ୟା:ଅନ୍ୟମାନଙ୍କ ପରାମର୍ଶ ମାନି କାମ କଲେ ଭଲ ଫଳ ମିଳିବ। ଆର୍ଥିକ ଚିନ୍ତା ମନକୁ ଅଳ୍ପ ଭାରୀ କରିପାରେ, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଆପଣ ନିଜକୁ ସମ୍ଭାଳି ରଖିବେ।

ତୁଳା:ଭୁଲ୍‌ ମାର୍ଗରେ ପ୍ରଭାବିତ ହେଲେ ଅସୁବିଧା ଆସିପାରେ। କାମକ୍ଷେତ୍ରରେ ଭ୍ରାନ୍ତ ଖବର ମନକୁ ବିବ୍ରତ କରିପାରେ। ମିତ୍ରଙ୍କ ସହଯୋଗରେ ସମସ୍ୟା ମେଟିବ।

ବିଛା:ଯାତ୍ରା ସମୟରେ ସାବଧାନ ରୁହନ୍ତୁ। ଜମିଜମା ସମ୍ବନ୍ଧୀୟ କଥାରେ ଚିନ୍ତା ବଢ଼ିପାରେ। ମନୋବଳ ରଖିଲେ ଅସୁବିଧା ଧୀରେ ଧୀରେ କମିବ।

ଧନୁ:ଅତୀତ କଥା ଭାବି ମନ ଭାରୀ ହୋଇପାରେ। କାମରେ ଉତ୍ସାହ କମ୍‌ ରହିବ। ସ୍ୱାସ୍ଥ୍ୟ ଓ ମନକୁ ଶାନ୍ତ ରଖିବା ପାଇଁ ବିଶ୍ରାମ ଆବଶ୍ୟକ।

ମକର:ପରିବାରରେ ଭୁଲ୍‌ ବୁଝାମଣାରୁ ତଣାତଣି ହୋଇପାରେ। କଥାବାର୍ତ୍ତାରେ ସଂୟମ ରଖନ୍ତୁ। ଯାତ୍ରା ଯୋଗ ରହିଛି, ସତର୍କତା ଆବଶ୍ୟକ।

କୁମ୍ଭ: କିଛି ଲୋକଙ୍କ ପ୍ରଭାବରେ ଅସୁବିଧା ହୋଇପାରେ। ତଥାପି ପରିବାର ଓ ନିକଟ ଲୋକଙ୍କ ସହଯୋଗରେ କାମ ସଫଳ ହେବ। ଖର୍ଚ୍ଚ ବଢ଼ିପାରେ।

ମୀନ:କିଛି ସମ୍ପର୍କୀୟଙ୍କ ଈର୍ଷାପୂର୍ଣ୍ଣ କଥା ମନକୁ କଷ୍ଟ ଦେଇପାରେ। ସ୍ୱାସ୍ଥ୍ୟ ଭଲ ହେବା ସହ ପସନ୍ଦର ଜିନିଷ ମିଳି ମନ ଖୁସି ହେବ। ଭୋଗବିଳାସ ପ୍ରତି ଆକର୍ଷଣ ବଢ଼ିବ।


Share It

Comments are closed.