ମୟୁରଭଞ୍ଜ ଉତ୍ସବର ଶେଷ ସନ୍ଧ୍ୟା , ଡ୍ରିମ୍ ଗାର୍ଲ ଅପରାଜିତାଙ୍କ ଉପସ୍ଥିତି ସାଙ୍ଗକୁ ଲେଡ଼ିଜ୍ ଗ୍ରୁପ ରାମ୍ପ ଶୋ’ ରେ ଦର୍ଶକ ହେଲେ ବିମୋହିତ

Share It

ଭୁବନେଶ୍ଵର,୦୧/୦୨ :ଉଦ୍‌ଯାପିତ ହେଲା ଐତିହାସିକ ତିନିଦିନିଆ ଏକାଦଶ ମୟୁରଭଞ୍ଜ ଉତ୍ସବ।ଏହି ଉଦ୍‌ଯାପନୀ ସନ୍ଧ୍ୟାର ଉଦ୍‌ଘାଟକ ଥିଲେ ବିଧାୟକ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର।ପ୍ରଥମେ ଅଡ଼ିଓ-ଭିଜୁଆଲ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ମୟୁରଭଞ୍ଜ ସଂସଦର ଶୀର୍ଷକ ସଙ୍ଗୀତ। ପରିଚାଳନା କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ଦ୍ଦେଶକ ତାପସ ସଘରିଆ ଓ ଟିମ୍। ତା’ପରେ ଆରମ୍ଭ ହୋଇଥିଲା ଭୁବନେଶ୍ଵରସ୍ଥିତ ମୟୁରଭଞ୍ଜିଆ ଆଦିମ ଆଦିବାସୀ ସଂଘର ଭରାଂ ନୃତ୍ୟ ଏବଂ ମା’ ସୁନାମୁଇଁ ହୋ ନୃତ୍ୟ ଅନୁଷ୍ଠାନ ଦ୍ଵାରା ପରିବେଷିତ ପାରମ୍ପରିକ ଆଦିବାସୀ ନୃତ୍ୟ। ନିଛୁଆପଦାସ୍ଥିତ ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ଵାରା ପରିବେଷିତ ଉଚ୍ଚକୋଟୀର ବିଶ୍ଵପ୍ରସିଦ୍ଧ ଛଉ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ବାରିପଦାର ବିନ୍ଦୁ ଝୁମର ଗ୍ରୁପ୍ ଦ୍ଵାରା ଜମାଣିଆ ଝୁମର ଗୀତ ନାଚ ସମସ୍ତଙ୍କୁ ବିମୋହିତ କରିଥିଲା ।
ବାରିପଦାର ଅନୁବାଳା ମହାନ୍ତି ଗ୍ରୁପ୍, ସୂର୍ଯ୍ୟସ୍ନାତା ପାଣି ଗ୍ରୁପ୍, ଅଭିରାମ ଅଭିନୟ ଅନୁଷ୍ଠାନ, ଓରଫାନ୍ ବିଏଜ୍ ଗ୍ରୁପ୍ ଦ୍ଵାରା ପରିବେଷିତ ଚିତ୍ତାକର୍ଷକ ଓଲିଉଡ୍ ଓ ବଲିଉଡ୍ ମିକ୍ସ ମନ ମୁଗ୍ଧକର ଆଧୁନିକ ନୃତ୍ୟ ମନୋରଞ୍ଜନ ଖୋରାକ ଯୋଗାଇଥିବା ବେଳେ ବରିଷ୍ଠ ପ୍ରଚ୍ଛଦପଟ ସୁନାମଧନ୍ୟ ଗାୟକ ଦେବାଶିଷ ମହାପାତ୍ରଙ୍କ ଗାୟନ ସମବେତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଉଦ୍‌ଯାପନୀ ସନ୍ଧ୍ୟାର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ସିନେ ତାରକା ସ୍ୱରାଜ ବାରିକ ।ତାଙ୍କର ସ୍ୱତନ୍ତ୍ର ନୃତ୍ୟ ପରିବେଷଣ ସାଙ୍ଗକୁସୁପରଷ୍ଟାର ବାବୁସାନ ମହାନ୍ତି ଓ ବରିଷ୍ଠ ଅଭିନେତ୍ରୀ ସମ୍ମାନନୀୟା ଅପରାଜିତା ମହାନ୍ତିଙ୍କ ଉପସ୍ଥିତ। ମୟୁରଭଞ୍ଜ ସାଂସ୍କୃତିକ ସଂସଦର ଲେଡ଼ିଜ୍‌ ଗ୍ରୁପ୍‌ଙ୍କ ଦ୍ଵାରା ପ୍ରଦର୍ଶିତ ରାମ୍ପ ଶୋ’ ସମବେତ ଦର୍ଶକ ମାନଙ୍କୁ ଆହ୍ଲାଦିତ କରିଥିଲା । ଉତ୍ସବର ଅନ୍ୟତମ ଆକର୍ଷଣ ପପୁ ପମ୍ ପମ୍, ହଂସରାଜ ଦାସ, ସାଗର ଲେଙ୍କା ସବାଇଘାସର କାରୁକାର୍ଯ୍ୟ ସାଙ୍ଗକୁ ମୟୁରଭଞ୍ଜର ପ୍ରସିଦ୍ଧ ସୁଆଦିଆ ବଡା ତରକାରୀ, ଆରିସା ପିଠା, ଗୁଡ଼ଲଡୁ ସମସ୍ତଙ୍କୁ ଆମୋଦିତ କରିଥିଲା।


Share It

Comments are closed.